ନୂଆଦିଲ୍ଲୀ: ଶାହିନବାଗ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲେ ସପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି । ଆଜି ଅପରାହ୍ନରେ ମଧ୍ୟସ୍ଥତା କମିଟିର ସଦସ୍ୟ ସଂଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଯାଇ ଆନ୍ଦୋଳନକାରୀଙ୍କ ସହ କଥା ହୋଇଛନ୍ତି । ସମାଧାନର ପନ୍ଥା ବାହାର କରିବା ପାଇଁ ସେମାନେ ଆଲୋଚନା କରିଛନ୍ତି । ମଧ୍ୟସ୍ଥତା କମିଟିର ସଦସ୍ୟମାନେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି । ମୁଖ୍ୟ ରାସ୍ତା ଅବରୋଧ ନକରି ସେମାନଙ୍କ ଆନ୍ଦୋଳନକୁ ଅନ୍ୟ ସ୍ଥାନକୁ ଉଠାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
ସଂଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଏ ସମ୍ପର୍କରେ କହିଛନ୍ତି ଯେ, ଆନ୍ଦୋଳନକାରୀ ମାନଙ୍କର ଆନ୍ଦୋଳନ କରିବା ପାଇଁ ସମସ୍ତ ପ୍ରକାରର ଅଧିକାର ରହିଛି । ତେଣୁ ତାଙ୍କ ଆନ୍ଦୋଳନ ଉପରେ କେହି ହସ୍ତକ୍ଷେପ କରିବେ ନାହିଁ । ଅନ୍ୟପକ୍ଷରେ ସିଏଏ ବୈଧତାକୁ ନେଇ ମଧ୍ୟ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରାଯାଇଛି, ଯାହାକି ଏବେ କୋର୍ଟଙ୍କ ବିଚାରାଧିନ ରହିଛି । ତେବେ ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ସାଧାରଣ ନାଗରିକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ କୋର୍ଟ ଏହି କମିଟି ଗଠନ କରିଛନ୍ତି । ଏହି ଆଲୋଚନା ଦ୍ୱାରା ଖୁବଶୀଘ୍ର ସମସ୍ୟା ସମାଧାନର ବାଟ ବାହାରିବା ନେଇ ଆଶା କରୁଛୁ ବୋଲି ମଧ୍ୟସ୍ଥି କମିଟି ସଦସ୍ୟ କହିଛନ୍ତି ।
ଗତ ଦୁଇ ମାସରୁ ଅଧିକ ସମୟ ହେଲା ଦିଲ୍ଲୀ ଶାହିନବାଗରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ଶହ ଶହ ଆନ୍ଦୋଳନକାରୀ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଫଳରେ ସେହି ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଏହି ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ସଂଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନଙ୍କୁ ନେଇ ଏକ ମଧ୍ୟସ୍ଥତା କମିଟି ଗଠନ କରିଥିଲେ । ଆପୋସ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.