Latest Odisha News

ହାତୀ ‘ରାମୁ’ର ମୃତ୍ୟୁ ପରେ ଆକ୍ସନ ମୋଡରେ ବନ ବିଭାଗ

ଭୁବନେଶ୍ଵର: ହାତୀ ‘ରାମୁ’ର ମୃତ୍ୟୁ ପରେ ଚେତିଲା ବନ ବିଭାଗ । ନିୟୋଜିତ ସ୍ୱତନ୍ତ୍ର ସ୍କ୍ୱାଡ୍‌ଙ୍କ କାମର ହିସାବ ମାଗିଲେ ପିସିସିଏଫ୍ । ସବୁ ଆରସିସିଏଫ୍‌ଙ୍କୁ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ପହଞ୍ଚିଲା ଚିଠି । ଏବେ ରାଜ୍ୟରେ ୩୯୭ ସ୍ୱତନ୍ତ୍ର ସ୍କ୍ୱାଡ୍ ବନ୍ୟଜନ୍ତୁ ସୁରକ୍ଷାରେ ନିୟୋଜିତ ଅଛନ୍ତି । କିନ୍ତୁ ବର୍ଷକରେ ୪୦ ହାତୀଙ୍କ ଜୀବନ ଗଲାଣି । ଏନେଇ ସ୍କ୍ବାଡଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପିସିସିଏଫ ।

ସୂଚନା ଅନୁସାରେ, ହାତୀ ରାମୁର ମୃତ୍ୟୁ ପରେ ହେଡ଼କ୍ବାର୍ଟରରୁ ସମସ୍ତ ଆରସିସିଏଏଫ୍ ଓ ଡିଏଫଓଙ୍କୁ ଚିଠି ଲେଖାଯାଇଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ରାଜ୍ୟ ବନ ବିଭାଗରେ ୩୯୭ ଟି ସ୍କ୍ୱାର୍ଡ କାର୍ଯ୍ୟରତ ଅଛନ୍ତି। ଏତେ ସଂଖ୍ୟକ ସ୍କ୍ୱାର୍ଡ ଥିବା ସତ୍ତ୍ୱେ ଚଳିତ ବର୍ଷ ୪୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇ ସାରିଲେଣି। ଯାହାକୁ ନେଇ ସ୍କ୍ବାଡଙ୍କ ଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । ଯାହାକୁ ନେଇ ଏବେ ଆକ୍ସନ ମୋଡରେ ବନ ବିଭାଗ ।

 

Comments are closed.