Latest Odisha News

BREAKING NEWS

ଉଚ୍ଚଶିକ୍ଷାନୁଷ୍ଠାନକୁ ବୁଲା କୁକୁର,ଗାଈ ଭୟ…ଚିଠି ଲେଖିଲେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି । କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ଦିଆଯାଇଛି । ଏନେଇ ସମସ୍ତ ସରକାରୀ/ଅଣସରକାରୀ ସହାୟତାପ୍ରାପ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । କଲେଜରେ ପର୍ଯ୍ୟାପ୍ତ ପାଚେରୀ ଓ ଫାଟକ ସୁରକ୍ଷିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ସଚେତନତା କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି ।

ଏଥିସହ ପଶୁଙ୍କ ପ୍ରତି ପ୍ରତିରୋଧକ ଆଚରଣ, କାମୁଡ଼ା ଚିକିତ୍ସା ଉପରେ କରାଯିବ ସଚେତନ । ପଶୁମାନଙ୍କୁ ଆକର୍ଷିତ କରୁଥିବା ଖାଦ୍ୟ ଉତ୍ସଗୁଡ଼ିକୁ ଦୂର କରିବା ସହ ଉପଯୁକ୍ତ ଅପଚୟ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

Leave A Reply

Your email address will not be published.