Latest Odisha News

BREAKING NEWS

ଲିଭଇନ୍ ହେଲା କାଳ, ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗୋଷାଣି ନୂଆଗାଁ ଥାନା ଅଧୀନ ଲାଞ୍ଜିପଲି ଚାଞ୍ଚଡ଼ାପଡିଆ ସାହିରେ ଚାଞ୍ଚଲ୍ୟ । ଭଡାଘରେ ଲିଭଇନ୍ ରେ ରହୁଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ପିଙ୍କି ମଲିକ(୨୩) । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ଖବର ମୁତାବକ, ଚାଞ୍ଚଡ଼ାପଡ଼ିଆ ସାହିରେ ପିଙ୍କି ମଲିକ ତାଙ୍କ ପୁରୁଷ ବନ୍ଧୁ ବାଦଲ ପଣ୍ଡାଙ୍କ ସହ ଘରଭଡା ନେଇ ଲିଭଇନ ରିଲେସନଶିପରେ ରହୁଥିଲେ । ଶୁକ୍ରବାର ସେମାନେ ରାତ୍ରଭୋଜନ ସାରି ଶୋଇଥିଲେ । ହଠାତ୍‌ ଉଠିବା ବେଳକୁ ପିଙ୍କି ବେକରେ ଶାଢ଼ୀ ଲଗାଇ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ବାଦଲ । ତାଙ୍କୁ ଉଦ୍ଧାର କରି ତୁରନ୍ତ ଏମକେସିଜି ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ପିଙ୍କିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଖବରପାଇ ପୋଲିସ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପ୍ରାଥମିକ ତଦନ୍ତରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଏହି ଘଟଣାରେ ପିଙ୍କିଙ୍କ ପୁରୁଷବନ୍ଧୁ ବାଦଲ ପଣ୍ଡାଙ୍କୁ ପୋଲିସ ଥାନାରେ ରଖି ପଚରାଉଚରା କରୁଛି।

Leave A Reply

Your email address will not be published.