ନୂଆଦିଲ୍ଲୀ: ଏଲଜିବିଟିକ୍ୟୁ ସମୁଦାୟଙ୍କ ପାଇଁ ଅର୍ଥ ମନ୍ତ୍ରାଳୟର ନେଲା ବଡ଼ ନିଷ୍ପତ୍ତି । ଏଣିକି ଏଲଜିବିଟିକ୍ୟୁ ସମୁଦାୟଙ୍କର ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଉପରେ ରହିବ ନାହିଁ ପ୍ରତିବନ୍ଧକ । ଅର୍ଥାତ ସେମନେ ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ । ଏହାସହିତ ନିଜ ସହଯୋଗୀଙ୍କୁ ବି ନୋମିନି ରଖିପାରିବେ ଏଲଜିବିଟିକ୍ୟୁ ସମୁଦାୟ । ଗତବର୍ଷ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ।
ଏହାକୁ ନେଇ ଗତ ୨୮ ତାରିଖରେ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରିରେ ଉଲ୍ଲେଖ ରହିଛି ଯେ, ଏହା ସ୍ପଷ୍ଟ କରାଯାଉଛି ଏଲଜିବିଟିକ୍ୟୁ ସମୁଦାୟର ବ୍ୟକ୍ତି ବିଶେଷମାନେ ଜଏଣ୍ଟ ଆକାଉଣ୍ଟ ଖୋଲିବାରେ ଏବେ କୌଣସି ବି ପ୍ରତିବନ୍ଧକ ନାହିଁ । ସେମାନେ ନିଜ ଇଚ୍ଛା ଅନୁସାରେ ତାଙ୍କର ସଂପର୍କୀୟଙ୍କୁ ନୋମିନି ମଧ୍ୟ ରଖିପାରିବେ ।
ତେବେ ଏହାକୁ ନେଇ ଗତ ବର୍ଷ ଅକ୍ଟୋବର ୧୭ରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଯେଉଁଥିରେ କି ସୁପ୍ରିୟୋ@ସୁପ୍ରିୟା ଚକ୍ରୋବତୀ ଓ ଅନ୍ୟାନ୍ୟ ବନାମ କେନ୍ଦ୍ର ସରକାରଙ୍କ ଭିତରେ ଏହି କେସ୍ ଚାଲିଥିବା ବେଳେ ଏନେଇ କିଛି ଏମିତି କିଛି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଯାହାକୁ ଦୃଷ୍ଟିରେ ରଖି ଏଲଜିବିଟିକ୍ୟୁ ସମୁଦାୟ ମାନେ ଜଏଣ୍ଟ ଖୋଲିବା ନେଇ ଆଡଭାଇଜରି ଜାରି କରିଛନ୍ତି । ଏଥିସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ବି ଏହାକୁ ନେଇ ଏକ ସ୍ପଷ୍ଟୀକରଣ ସମସ୍ତ ଘରୋଇ ବ୍ୟାଙ୍କଙ୍କୁ ଜାରି କରାଯାଇଛି ।
Comments are closed.