Latest Odisha News

BREAKING NEWS

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସରିଲା ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ଦେଢମାସ ପୂରିଲାଣି କିନ୍ତୁ ଏ ଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିପାରିନାହିଁ । ଆଜି ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଭୁବନେଶ୍ୱର ଫୋରେନସିକ୍ ଲ୍ୟାବରେ ହୋଇଥିବା ଏହି ଲାଇ ଡିଟେକସନ ଟେଷ୍ଟ ୫ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ବିଦ୍ୟାଶ୍ରୀଙ୍କୁ ପ୍ରାୟ ୭୦ଟି ପ୍ରଶ୍ନ ପଚରା ଯାଇଥିବା ଜଣାପଡିଛି ।

ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଏହି ମାମଲାରେ ପୂର୍ବରୁ ପତ୍ନୀ ବିଦ୍ୟାଶ୍ରୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ତାଙ୍କର ତିନି ସହଯୋଗୀଙ୍କୁ ଜେରା କରାଯିବା ସହ ବୟାନ ରେକର୍ଡ କରାଯାଇଥିଲା । ଏଥି ସହ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିବା ଲିଙ୍ଗରାଜ ଷ୍ଟେସନକୁ ଯାଇ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଥିଲା ।

ଗତ ଜୁଲାଇ ୭ ତାରିଖରେ ଅଦିତ୍ୟଙ୍କର ମୃତଦେହ ଲିଙ୍ଗରାଜ ଷ୍ଟେସନର ରେଳ ଧାରଣାରୁ ମିଳିଥିଲା । ଏହି ଘଟଣାର ତଦନ୍ତ ପ୍ରଥମେ ଜିଆରପି କରୁଥଲା । ପରେ ପୋଲିସ ଡିଜି ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ।

Leave A Reply

Your email address will not be published.