Latest Odisha News

BREAKING NEWS

‘ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଓ ତେଲ ନଦୀରେ ବନ୍ୟା ଆଶଙ୍କା’

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ଗତ ୨୪ ଘଂଟାରେ ୩୦ ଜିଲ୍ଲାରେ ବର୍ଷା ହୋଇଛି । ହାରାହାରି ୫୫ .୮ମିଲିମିଟର ଓ ୬ ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି ବୋଲିଏସ୍ ଆରସି ସୂଚନା ଦେଇଛନ୍ତି ।

ଝାରସୁଗୁଡ଼ାରେ ସର୍ବାଧିକ ୧୭୭ ମିଲିମିଟର ବର୍ଷା ହୋଇଥିବା ବେଳେ ଦେଓଗଡ଼ ୧୨୮.୫,ସମ୍ବଲପୁର ୧୧୬.୭, ବୌଦ୍ଧ ୧୧୪, ଅନୁଗୁଳରେ ୧୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଉ ୯ ଜିଲ୍ଲାରେ ୫୦ ମିଲିମିଟର ବର୍ଷା ହୋଇଛି ।

କନ୍ଧମାଳ କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ନୂଆପଡା, ସୁବର୍ଣପୁର, ବାଲେଶ୍ୱର, ମୟୁରଭଞ୍ଜ, ଢେଙ୍କାନାଳ ଓ କଳାହାଣ୍ଡିର ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ତେଲକୋଇ ବ୍ଲକରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ହୋଇଛି । ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ଓ ତେଲ ନଦୀରେ ବନ୍ୟା ଆଶଙ୍କା ରହିଛି । ଫଳରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରଦୀପ ଜେନା  ସୂଚନା  ଦେଇଛନ୍ତି ।

Leave A Reply

Your email address will not be published.