Latest Odisha News

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କେଜ୍ରିୱାଲଙ୍କୁ ଜବାବ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ବି.କେ.ସକ୍ସେନା କେଜ୍ରିୱାଲଙ୍କକ ଉପରେ ପରୋକ୍ଷରେ ବର୍ଷିଛନ୍ତି ।

ଉପରାଜ୍ୟପାଳ କାହାର ନାଁ ନ ନେଇ କହିଛନ୍ତି, କିଛି ଲୋକ ଆଇଆଇଟି ଡିଗ୍ରୀ ପାଇବା ପରେ ବି ଅଶିକ୍ଷିତ ରହି ଯାଉଛନ୍ତି ।  ତେଣୁ ଡିଗ୍ରୀକୁ ନେଇ କେହି ଗର୍ବ କରିବା ଉଚିତ ନୁହେଁ । ଡିଗ୍ରୀ ପଢିବା ପାଇଁ ଖର୍ଚ୍ଚ କରିଥିବା ଅର୍ଥର ଏକ ରସିଦ । ପ୍ରକୃତ ଶିକ୍ଷା ତାକୁ କହିବା ଯିଏ ତୁମକୁ ପ୍ରକୃତ ଜ୍ଞାନ ଏବଂ ବ୍ୟବହାର ଶିଖାଇଥାଏ ।

ଉପରାଜ୍ୟପାଳଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ, ଆମ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଉଛି । ଏହାର ଉତ୍ତର ରଖି ଉପରାଜ୍ୟପାଳ କହିଥିଲେ,  ଡିଗ୍ରୀକୁ ନେଇ ଗର୍ବ କରିବାର କିଛି ନାହିଁ । ଶିକ୍ଷା ହେଉଛି ସେହି ଯାହା ମଣିଷକୁ ଜ୍ଞାନ ଦେଖାଇଥାଏ । ଆଜିକାଲି ଆମେ ଯେଉଁ ବ୍ୟବହାର ଦେଖୁଛୁ, ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, କିଛି ଲୋକ ଆଇଆଇଟି ଡିଗ୍ରୀ ନେଇ ମଧ୍ୟ ଅଶିକ୍ଷିତ ରହିଯାନ୍ତି ।

ଅଳ୍ପଦିନ ତଳେ ଭାରତୀୟ ଜନତା ପାର୍ଟି ଦିଲ୍ଲୀର ଏକ ସରକାରୀ ସ୍କୁଲର ପିଲାମାନେ ଫେଲ ହେବା ଏବଂ କମ ନମ୍ବର ରଖିବାକୁ ନେଇ ସମାଲୋଚନା କରିଥିଲେ । ଏହା ଉତ୍ତର ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ କରିଥିଲେ, ଯଦି କିଛି ପିଲା ପଢାରେ ଦୁର୍ବଳ ଅଛନ୍ତି ତେବେ ଆମେ ତାଙ୍କୁ ଅଧିକ ଗୁରୁତ୍ୱ ଦେବୁ । ଏକ୍ସଟ୍ରା କ୍ଲାସ କରି ପଢାଇବୁ । ଏହି ପିଲାଙ୍କ ମଧ୍ୟରୁ କେହି ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଆମେ ଚାହୁଁନୁ  ଯେ ଭବିଷ୍ୟତରେ କେହି ବେଆଇନ ଡିଗ୍ରୀ ନେଇ ପିଏମ ହେଉ ।

Comments are closed.