Latest Odisha News

BREAKING NEWS

‘ସପ୍ତ ମୁକ୍ତି କ୍ଷେତ୍ର’ ତାଲିକାରେ ସ୍ଥାନ ପାଇଲା ଶ୍ରୀକ୍ଷେତ୍ର ପୁରୀ, ମୋକ୍ଷସ୍ଥଳ ଭାବେ ମାନ୍ୟତା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ‘ଭାରତର ସପ୍ତ ମୁକ୍ତି କ୍ଷେତ୍ର’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀ ସ୍ଥାନିତ ହୋଇଛି। ଏଥିସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପୁରୀକୁ ମୋକ୍ଷସ୍ଥଳ ଭାବେ ଘୋଷଣା କରାଯାଇଛି । ସପ୍ତ ମୁକ୍ତି କ୍ଷେତ୍ର ତାଲିକାରେ ପୁରୀ ଶ୍ରୀକ୍ଷେତ୍ର ସମେତ ଅଯୋଧ୍ୟା, ମଥୁରା, ମାୟା (ହରିଦ୍ବାର), କାଶୀ(ବାରଣାସୀ), କାଞ୍ଚି ଅବନ୍ତିକା (ଉଜ୍ଜୈନ) ଓ ଦ୍ବାରାବତୀ (ଦ୍ବାରକା, ଗୁଜରାଟ) ରହିଛି। ବଡ଼ କଥା ହେଲା, ପୁରୀକୁ କେବଳ କେନ୍ଦ୍ର ସରକାର ମୋକ୍ଷସ୍ଥଳ ଭାବେ ମାନ୍ୟତା ଦେଇ ନାହାଁନ୍ତି ବରଂ ବିଶ୍ୱବ୍ୟାପୀ ଏହାର ପ୍ରଚାର ପ୍ରସାର ମଧ୍ୟ କରିବେ । ଏହାର ଐତିହ୍ୟ ସୁରକ୍ଷା ଓ ପରିଭ୍ରମଣକାରୀଙ୍କ ସୁବିଧା ପାଇଁ ପ୍ରସାଦ ଯୋଜନାରେ ଅନୁଦାନ ବି ଦେବେ ।

BjdElectrycity

ଏବେ ଆସନ୍ତୁ ଜାଣିବା ଶ୍ରୀକ୍ଷେତ୍ରକୁ ମୋକ୍ଷସ୍ଥଳ ଭାବେ ମାନ୍ୟତା ମିଳିବା ପଛର କାରଣ ଓ ପୌରାଣିକ ବିଶ୍ବାସ ସମ୍ପର୍କରେ । ସ୍କନ୍ଧ ପୂରାଣରେ ଲେଖା ରହିଛି ଶ୍ରୀକ୍ଷେତ୍ରରେ କ୍ଷଣିକେ ରହିଲେ ମୋକ୍ଷପ୍ରାପ୍ତି ହୋଇଥାଏ । ପ୍ରତିବର୍ଷ ରଥଯାତ୍ରା ପରେ ରଥ ଉପରେ ମହାପ୍ରଭୁଙ୍କର ହୋଇଥାଏ ଅଧରପଣା ନୀତି । ଏହି ଅଧରପଣା ଠାକୁରଙ୍କୁ ଲାଗି ହେବା ପରେ ପ୍ରଥମ କରି ସେହି ଭୋଗକୁ ଚାରି ଦିଗକୁ ପକାଇ ଦିଆଯାଏ । ଏହାକୁ ମାନବ ସେବନ ପାଇଁ ବାରଣ କରାଯାଇଛି । ଏହା ଅଶରିରୀ ମାନଙ୍କ ପାଇଁ ଥାଏ । ଏହାକୁ ପାଇ ସେମାନେ ମୋକ୍ଷପ୍ରାପ୍ତି ହୁଅନ୍ତି । ସେହିପରି ସ୍ୱେତଗଙ୍ଗା ପୁଷ୍କରିଣୀ ନିକଟରେ ଅବସ୍ଥିତ ଉଗ୍ରସେନ ମନ୍ଦିର ସନ୍ନିକଟରେ ଏକ ବିରାଟ ଶୀଳା ରହିଛି । ଯାହାର ନାମ ହେଉଛି ମୁକ୍ତି ଶୀଳା । କଥାରେ ଅଛି, ଯଦି କୌଣସି ବ୍ୟକ୍ତି ଶେଷ ଜୀବନରେ କଷ୍ଟ ପାଉଥିବେ କିନ୍ତୁ ଶେଷ ନିଶ୍ୱାସ ତ୍ୟାଗ କରିପାରୁ ନଥିବେ । ତାଙ୍କୁ ସେହି ମୁକ୍ତି ଶୀଳାର ଜଳ ଦେଲେ ସେମାନେ ଜୀବନ କଷ୍ଟରୁ ମୁକ୍ତି ପାଇଥାନ୍ତି ।

ସୂଚନାଯୋଗ୍ୟ, ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥାନ, ତୀର୍ଥସ୍ଥଳ ଓ ଉତ୍ପାଦଗୁଡ଼ିକୁ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସାମୂହିକ ଭା‌ବେ ପ୍ରଚାରପ୍ରସାର କରାଯାଉଛି।

Leave A Reply

Your email address will not be published.