Latest Odisha News

BREAKING NEWS

ଚର୍ଚ୍ଚିତ କାଠୁଆ ଗଣ ଦୁଷ୍କର୍ମ ମାମଲା: ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ପଠାଣକୋଟ: ଜମ୍ମୁ ଓ କାଶ୍ମୀରରେ ୨୦୧୮ରେ ଘଟିତ ଚର୍ଚ୍ଚିତ କାଠୁଆ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପରିଶେଷରେ ଦଣ୍ଡାଦେଶ ମିଳିଛି । ଏହି ଅମାନୁଷିକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ସେତେବେଳେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆଜି ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଦଣ୍ଡାଦେଶ ହେବା ସହିତ ପୀଡ଼ିତାଙ୍କୁ ମିଳିପାରିଛି ନ୍ୟାୟ ।

ଚର୍ଚ୍ଚିତ କାଠୁଆ ନାବାଳିକା ଗଣ-ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣିର ମୁଖ୍ୟାଂଶ:
୧ – ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି, ସେମାନଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସାନଜୀରାମ ରହିଛନ୍ତି । ଅନ୍ୟ ଦୁଇଜଣ ହେଲେ – ପରଭେସ କୁମାର ଓ ଦୀପକ ଖାଜୁରିଆ । ଏମାନଙ୍କୁ ୨୫ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି ।

୨ – ଯେଉଁ ୩ଜଣ ଅଭିଯୁକ୍ତଙ୍କୁ ୫ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି ସେମାନେ ହେଲେ – ସୁରେନ୍ଦ୍ର ବର୍ମା, ଆନନ୍ଦ ଦତ୍ତଓ ତିଲକରାଜ । ଏମାନଙ୍କ ମଧ୍ୟରୁ ୨ଜଣ ପୋଲିସ କର୍ମଚାରୀ । ଏମାନେ ଭୁଲ ତଥ୍ୟ ପ୍ରଦାନ କରିଥିଲେ ।

୩ – ଏହି ସମସ୍ତ ୭ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛି, ସେହି ଅଭିଯୁକ୍ତ ଜଣକର ଦଣ୍ଡାଦେଶ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଶୁଣାଣି ହେବାକୁ ବାକି ରହିଛି ।

୪ – ଆଜି ସକାଳେ ପଠାଣକୋଟ କୋର୍ଟରେ ୭ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣ ଦୋଷୀ ସାବ୍ୟସ୍ତ ହୋଇ ସେମାନଙ୍କୁ ଅଦାଲତ ଦଣ୍ଡାଦେଶ ଶୁଣାଣି କରିଛନ୍ତି ।

୫ – ପୋଲିସର ଚାର୍ଜସିଟ ଅନୁଯାୟୀ, ଗତବର୍ଷ ଜାନୁଆରୀ ମାସରେ ଜମ୍ମୁ ଓ କାଶ୍ମୀର ରାଜ୍ୟର କାଠୁଆ ଜିଲ୍ଲାରେ ଜଣେ ୮ ବର୍ଷର ନାବାଳିକାକୁ ଅପହରଣ କରାଯାଇଥିଲା । ପୀଡ଼ିତାକୁ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଥିଲା ।

୬ – କିଛି ବିଜେପି ନେତା ଅଭିଯୁକ୍ତମାନଙ୍କ ସପକ୍ଷରେ ମନ୍ତବ୍ୟ ଦେବାରୁ ଏହି ଘଟଣାକୁ ନେଇ ଦେଶରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିଲା ।

୭ – ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିଦେବାକୁ ଉଦ୍ୟମ କରିଥିଲେ ।

୮ – ଏହି ସମ୍ବେଦନଶୀଳ ଘଟଣାଟିର ଦେଶବ୍ୟାପୀ ଚର୍ଚ୍ଚା ବଢିବାରୁ ଏବଂ ପରେ ସୁପ୍ରିମକୋର୍ଟ ଏହାର ବିଚାର ଜମ୍ମୁ ଓ କାଶ୍ମୀରରୁ ପଞ୍ଜାବର ପଠାଣକୋଟ ଅଦାଲତରେ ବିଚାର କରିବାକୁ ସ୍ଥିର କରିଥିଲେ ।

୯ – ଏହି ଘଟଣାକୁ ନେଇ ପିଡ଼ିପି ନେତ୍ରୀ ତଥା ତତ୍କାଳୀନ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅଦାଲତଙ୍କ ଶୁଣାଣିକୁ ସ୍ୱାଗତ କରିବା ସହିତ ଏହି ଏପରି ଅମାନୁଷିକ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ରହିଥିବା ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଟିପ୍ପଣୀ ଦେଇଥିଲେ ।

୧୦ – ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୧୨୦ ଖ , ୩୦୨ ଓ ୩୦୭ ଘ ଅଭିଯୋଗରେ ସାଝିରାମ, ଦୀପକ ଖଜୁରିଆ ଓ ପ୍ରବେଶ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେହିପରି ଆନ୍ଦ ଦତ୍ତା, ତିଲକରାଜ, ସୁରେନ୍ଦ୍ର ବର୍ମାଙ୍କ ନାମରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ଘଟଣାରେ ଜଣେ ଅଭିଯୁକ୍ତ ବିଶାଲ ଜାନଗୋତ୍ରା ଅପରାଧ ସମୟରେ ଅନ୍ୟ ରାଜ୍ୟରେ ଥିବା ସତ୍ୱେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏଥିପାଇଁ ସେ ଦୋଷମୁକ୍ତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.