ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଏକ ଚର୍ଚ୍ଚିତ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓପିଆଇଡି କୋର୍ଟ ଜର୍ଜ ବିଶ୍ୱଜିତ ଦାସ । ଅଭିଯୁକ୍ତ ସମରେନ୍ଦ୍ର ମଲିକ ବାଇଧର ବରସଲକୁ ଜମି ହିଡ ହଣାକୁ କେନ୍ଦ୍ର କରି ହତ୍ୟା କରିଥିଲା । ଅଭିଯୁକ୍ତ ସମରେନ୍ଦ୍ର ମଲିକକୁ ୧୫ ଜଣ ସାକ୍ଷୀ ଓ ୧୮ ଟି ଦଲିଲ ଦସ୍ତାବିଜକୁ ଆଧାର କରି ମାନ୍ୟବର କୋର୍ଟ ଆଜୀବନ କାରାଣ୍ଡାଦେଶ ସିହିତ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣା ନୀଳଗିରି ଥାନା ଅଧୀନ ପିଛାବଣିଆରେ ଘଟିଥିଲା । ନୀଳଗିରି କେସ ନମ୍ବର-୨୨୧ରେ ଜୁଲାଇ ୮ ତାରିଖ ୨୦୨୨ ମସିହାରେ u/s-302 IPC/27 Arms Act. Govt ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ ପଣ୍ଡା ଓ କେସର ତଦନ୍ତକାରୀ ଅଫିସର ଥିଲେ ବିରଞ୍ଚି ସାହୁ ।
Comments are closed.