Latest Odisha News

BREAKING NEWS

ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ

ବାଲେଶ୍ୱର: ଗୋରୁ ଗାଡ଼ି ଅଟକାଇବା ବେଳେ ଜଣଙ୍କର ଜୀବନ ଗଲା। ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଜଣେ ଗୋରକ୍ଷକ ଜୀବନ। ବାଲେଶ୍ୱର ଜିଲ୍ଲା ସୋର ପଣପଣା ନିକଟରେ ଗୋରୁ ଗାଡ଼ି ଅଟକାଇବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଗୋରକ୍ଷକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇ ପ୍ରଥମେ ବାଲେଶ୍ୱର ପରେ କଟକ ଏସ୍‌ସିବି ମେଡିକାଲ୍‌ ସ୍ଥାନାନ୍ତର।

ଗୋରୁ ମାଫିଆଙ୍କ ଗାଡି ୨ ଗୋରକ୍ଷକଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱରରୁ ସୋର ଅଭିମୁଖେ ଯାଉଥିଲା ଗୋରୁ ବୋଝେଇ ଗାଡି। ଖବର ପାଇ ନୀଳଗିରି ଅଞ୍ଚଳର ୨ ଗୋରକ୍ଷକ ଏକ ବାଇକରେ ତାଙ୍କର ପିଛା କରିଥିଲେ। ବାଇକର ପଛରେ ବସିଥିବା ଯୁବକ ମୋବାଇଲରେ ଲାଇଭ କରୁଥିବା ବେଳେ ପଛପଟୁ ଏକ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଏନେଇ ଘଟଣାର ତଦନ୍ତ କରୁଛି ପୋଲିସ।

ସୂଚନାଯୋଗ୍ୟ, ସୋମବାର ସମ୍ବଲପୁର ଫୁଲଝରଣ ଠାରେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସଦର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବିରସିଙ୍ଗଗଡ଼ ରୁ ମାନେଶ୍ଵର ବଜ଼ାର କୁ ଓଟୋ ଆସୁଥିଲେ ୧୦ ରୁ ଅଧିକ ଲୋକ । ମୃତକ ମହିଳା ଜଣକ ହେଲେ ବେଦ ଖରସେଲ ହୋଇଥିବାବେଳେ ବାକି ୪ ଜଣ ଗୁରୁତର ଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.