Latest Odisha News

ଭାରୋତ୍ତୋଳନକାରୀ ବିଜୟ କୁମାର ଶତପଥୀଙ୍କୁ ଲାଇଫ ଟାଇମ ଆଚିଭମେଂଟ

ବ୍ରହ୍ମପୁର: କିମ୍ବଦନ୍ତି ଭାରୋତ୍ତୋଳନ ବ୍ୟକ୍ତିତ୍ବ ବିଜୟ କୁମାର ଶତପଥୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ଜୀବନବ୍ୟାପୀ ସାଧନା ପୁରସ୍କାର । ଗୁରୁବାର ବ୍ରହ୍ମପୁର ସ୍ଥିତ ବାସଭବନରେ ବିଜୟ କୁମାରଙ୍କୁ ଏହି ପୁରସ୍କାର ପ୍ରଦାନ କରୁଛନ୍ତି ଅନ୍ୟତମ ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ କେ. ରବି କୁମାର । ପୁରସ୍କାର ବାବଦ ୨୫ ହଜାର ଟଙ୍କାର ଚେକ୍‌ ସହିତ ଫଳକ, ମାନପତ୍ର ପ୍ରଦାନ କରାଯାଇଛି ।

ବୁଧବାର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ବିମଳ ରାଉଳଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ଶ୍ରୀ ଶତପଥୀ ଅସୁସ୍ଥତା କାରଣରୁ ଉପସ୍ଥିତ ହୋଇପାରିନଥିଲେ । ଓଡ଼ିଶା ଭା‌‌ରୋତ୍ତଳନ ସଂଘର ନବ ନିର୍ବାଚିତ ସମ୍ପାଦକ କେ ରବି କୁମାର ଏହି ଦାୟିତ୍ବ ନେଇ ଆଜି ବ୍ୟକ୍ତିଗତ ଭାବେ ତାଙ୍କୁ ବାସଭବନରେ ଭେଟି ଏହି ବାର୍ଷିକ ପୁରସ୍କାର ପ୍ରଦାନ କରିବା ସହ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।

 

Comments are closed.