Latest Odisha News

BREAKING NEWS

ପାଣି ଭିତରେ ନ୍ୟୁକ୍ଲିୟର ଡ୍ରୋନର ପରୀକ୍ଷଣ କଲା ଉତ୍ତର କୋରିଆ

ନୂଆଦିଲ୍ଲୀ: ଉତ୍ତର କୋରିଆ ପୁନର୍ବାର ପାଣି ଭିତରେ ନ୍ୟୁକ୍ଲିୟର ଡ୍ରୋନ ଟେଷ୍ଟର ପରୀକ୍ଷଣ କରିଛି । ସେଠାକାର ସରକାରୀ ମିଡିଆ କେସିଏନଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଡ୍ରୋନର ନାମ ହାଇଲ ୫-୨୩ ଦିଆଯାଇଛି । କୋରିଆ ଭାଷାରେ ଏହାର ଅର୍ଥ ସୁନାମୀ । ଏହି ଡ୍ରୋନକୁ ସମୂଦ୍ର ମଧ୍ୟରେ ସମ୍ପୂର୍ଣ୍ଣ ଗୁପ୍ତ ଶୈଳୀରେ ଶତ୍ରୁ ଉପରେ ଆକ୍ରମଣ କରାଯାଇ ପାରିବ । ନିକଟରେ ଜାପାନ ଓ ଦକ୍ଷିଣ କୋରିଆ ମିଳିତ ଭାବେ ମିଲିଟ୍ରି ଡ୍ରିଲ କରିଥିଲେ । ଏହାର ଜବାବରେ ଉତର କୋରିଆ ଏହି ପରୀକ୍ଷଣ କରିଥିବା ଅନୁମାନ କରାଯାଉଛି । ଗତ ବର୍ଷ ଏପ୍ରିଲ ୭ରେ ହାଇଲ-୨ର ପରୀକ୍ଷଣ କରାଯାଇଥିଲା । ବିଭିନ୍ନ ଦେଶର କଟକଣା ସତ୍ୱେ ଉତର କୋରିଆ ତାର ପରୀକ୍ଷଣ ରୋକୁ ନାହିଁ ।

ଯାହାକି ଅନ୍ୟ ଦେଶ ପ୍ରତି ବିପଦ ସୃଷ୍ଟି କରୁଛି । ଦକ୍ଷିଣ ହମୟୋଙ୍ଗ ପ୍ରୋଭିନ୍ସରେ ସମୂଦ୍ରର ୨୬୦ରୁ୪୯୦ ଫୁଟ ତଳେ ଏହା ପରୀକ୍ଷଣ କରାଯାଇଥିଲା । ବାରମ୍ବାର ନ୍ୟୁକ୍ଲିୟର ଟେଷ୍ଟ କରାଯିବା ଫଳରେ ରେଡିଏଶନ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ଏଠାରେ ୧୦ ଲକ୍ଷ ଲୋକ ନ୍ୟୁକ୍ଲିୟର ସାଇଟ ପାଖରେ ଚଳୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ତେବେ ଏହାକୁ କିମ ଜୋଙ୍ଗ ଉନ ସରକାର ଖାତିର କରୁ ନାହାନ୍ତି ।

Leave A Reply

Your email address will not be published.