Latest Odisha News

ଆଜିଠୁ କମିବ ଶୀତ, ଆଗାମୀ ୫ ଦିନ ବର୍ଷିବ

ଭୁବନେଶ୍ବର: ଆଗାମୀ ୫ ଦିନ ରାଜ୍ୟରେ ବର୍ଷିବ । ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ସେ କହିଛନ୍ତି, ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଭାଁ ବର୍ଷା ଅନୁଭୂତ ହେବ । ତାମାମାତ୍ରା ମଧ୍ୟ ବଢିବ । ଆଗାମୀ ୩ ଦିନରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ଫଳରେ ରାଜ୍ୟରେ ଶୀତ ପ୍ରକୋପ କିଛି ମାତ୍ରାରେ କମିବ ।  ଏଥିସହି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପର କୌଣସି ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ ।

ତେବେ ଏବେ ରାଜ୍ୟରେ ଶୀତର ଲହରି ପଡିଛି । ଉପକୂଳରୁ ଉପାନ୍ତ ହେଉକି ଉତ୍ତରରୁ ଦକ୍ଷିଣ ଓଡିଶା ସବୁଠି ଜାଡରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଗତକାଲି ୧୦ ଡିଗ୍ରୀ ଜଳେ ୧୫ ସହର ରହିଥିବା ସୂଚନା ମିଳିଛି । ତେବେ ଆଜିଠାରୁ ପାଗରେ ପରିବର୍ତ୍ତନ ହେବା ସହ ଶୀତ କମିବା ନେଇ କହିଛନ୍ତି ପାଣିପାଗ ନିର୍ଦ୍ଦେଶିକା ।

Leave A Reply

Your email address will not be published.