ଭୁନେଶ୍ବର: ହିନ୍ଦୁ ଧର୍ମରେ ପୂଜା ପାଠ ସମୟରେ ଦୀପ ଜାଳିବା ଭାରତୀୟ ସଂସ୍କୃତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଆମେ ପୂଜା ସମୟରେ ଦୀପ ଜଳାଇଥାଉ, ସେନେଇ କିଛି ବିଶେଷ ପଦକ୍ଷେପ ଗ୍ରହଣ କଲେ ଘରେ ଆର୍ଥିକ ସମୃଦ୍ଧି ଏବଂ ଶାନ୍ତି ବୃଦ୍ଧି ପାଇଥାଏ । ଶାସ୍ତ୍ର ଅନୁଯାୟୀ, ଦୀପ ଜାଳିବା ଦ୍ବାରା ଯେ, କେବେଳ ଇଶ୍ବରଙ୍କ କୃପା ଲାଭ ହେବାସହ ଘରେ ଧାର୍ମିକ ଭାବନାକୁ ପ୍ରକାଶ କରିଥାଏ । ଏହାସହ ଘରର ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ କରିଥାଏ । ଏହା ଆମ ଘରେ ସୁଖ, ଶାନ୍ତି ବଜାୟ ରଖେ ଏବଂ ନକାରାତ୍ମକ ଶକ୍ତି ମଧ୍ୟ ଦୂର କରିଥାଏ ।
ଆଗକୁ ଆଲୋକର ପର୍ବ ଦୀପାବଳୀ ଆସୁଥିବାବେଳେ, ଏହି ସମୟରେ କାଳୀ ମା’ଙ୍କୁ ଆାରାଧନା କରିବା ସହ, ପ୍ରତ୍ୟେକଙ୍କ ଘରେ ଲକ୍ଷ୍ମୀ ମା’ଙ୍କୁ ପୂଜା କରାଯିବାର ବିଧି ରହିଛି । ଆଉ ଧନପ୍ରାପ୍ତି ସହ ଶୁଖ ସମୃଦ୍ଧିର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ । ତେଣୁ ଜାଣନ୍ତୁ କେଉଁ ଉପାୟରେ ଦୀପ ଜାଳିଲେ ଦୂର ହେବ ଦାରିଦ୍ର ଆଉ ଆପଣ ହେବେ ସୁଖ ସମୃଦ୍ଧିର ଅଧିକାରୀ ।
ଶାସ୍ତ୍ର ଅନୁସାରେ, ଦୀପ ଜାଳିବାବେଳେ ଘିଅ ଦୀପକୁ ବାମ ପଟେ ଏବଂ ତେଲ ଦୀପକୁ ଡାହାଣ ପଟେ ରଖିବା ଉଚିତ । ଏହା ଦ୍ବାରା ଘରେ ସୃମୃଦ୍ଧି ବୃଦ୍ଧିପାଏ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଚଣା ଡାଲି ଉପରେ ତେଲ ଦୀପ ଜାଳିବା ଦ୍ୱାରା ଘରର ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଏହା ସହ ଘରେ ଶାନ୍ତିର ବାତ୍ତାବରଣ ରହିଥାଏ ।
ଯେଉଁମାନଙ୍କର ଦୃଷ୍ଟି ଶକ୍ତି ସମସ୍ୟା ଥାଏ କିମ୍ବା ବାରମ୍ବାର ଖରାପ ନଜର ଶକ୍ତିର ଶିକାର ହେଉଥାନ୍ତି ତେବେ ସେମାନେ ବିରି ଡାଲି ଉପରେ ଦୀପ ରଖିବା ଉଚିତ ଏବଂ ଦୀପର ମୁହଁକୁ ପଶ୍ଚିମ ଦିଗ ଆଡେ କରି ଜାଳିବା ଉଚିତ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହା କରିବା ଦ୍ୱାରା ଦୃଷ୍ଟି ଶକ୍ତି ସମସ୍ୟା ଦୂରହୁଏ ଏବଂ ଖରାପ ନଜର ହଟିଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦୀପ ତଳେ ଗହମ ରଖି ଜାଳିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ଏବଂ ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହା ଦ୍ବାରା ଆର୍ଥିକ ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଥାଏ ।
Comments are closed.