Latest Odisha News

ଝଡବର୍ଷା ବେଳେ ବଜ୍ରାଘାତରେ ୩୫୦ରୁ ଅଧିକ ଛେଳି ଓ ମେଣ୍ଢାଙ୍କର ମୃତ୍ୟୁ

ଉତ୍ତରକାଶୀ: ବର୍ଷା ସାଙ୍ଗକୁ ଏବେ ଆକାଶରୁ ଖସୁଛି ପ୍ରାଣଘାତକ ବିଜୁଳି ଆଲୁଅ। ବର୍ଷା ସମୟରେ ବାହାରକୁ ବାହାରିବା ଜାଣ କାଳକୁ ଡାକିବା। ଶନିବାର ରାତିରେ ଉତ୍ତରାଖଣ୍ଡ ଉତ୍ତରକାଶୀରେ ବିଜୁଳିଘଡ଼ଘ଼ଡିରେ ୩୫୦ରୁ ଅଧିକ ମେଣ୍ଢା ଓ ଛେଳିଙ୍କର ମୃତ୍ୟୁ ହୋଇଛି। ଦୁଣ୍ଡା ବ୍ଲକ୍‌ ଖଟ୍ଟୁ ଖାଲ ଜଙ୍ଗଲରେ ବଜ୍ରାଘାତରେ ଏତେ ସଂଖ୍ୟାକ ମେଣ୍ଢା ଓ ଛେଳିଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଭତୱାରୀ ବ୍ଲକ ବରସୁ ଗାଁ ସଞ୍ଜୀବ ରାୱତ ଏବଂ ତାଙ୍କ ବନ୍ଧୁ ପ୍ରବଳ  ବର୍ଷା ଓ ଘଡ଼ଘଡ଼ ଛେଳି ଓ ମେଣ୍ଢାମାନଙ୍କୁ ହୃଶିକେଶରୁ ଉତ୍ତରକାଶୀକୁ ନେଉଥିଲେ। ସେମାନେ ଉତ୍ତରକାଶୀର ଖାଟ୍ଟୁ ଖାଲ ଗାଁ ପାଖ ଜଙ୍ଗଲରେ ହୋଇଥିବା ବେଳେ ହଠାତ୍ ଏକ ପାଇନ୍‌ ଗଛକୁ ବଜ୍ରାଘାତ ହେବାରୁ ୩୫୦ ମେଣ୍ଢା ଓ ଛେଳି ବିଦ୍ୟୁତ୍‌ ଝଟ୍‌କା ଖାଇ ସେଇଠି ଟଳି ପଡ଼ିଥିଲେ। ବଜ୍ରଘାତରେ ଏତେ ସଂଖ୍ୟକ ଛେଳିମାଣ୍ଢାଙ୍କର ମୃତ୍ୟୁ ବିଗତ ଦଶନ୍ଧୀ ଦଶନ୍ଧୀ ଧରି ହୋଇ ନଥିଲା।

ଏନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ଘଟଣା ସ୍ଥଳକୁ ଟିମ୍ ପଠାଇଯାଇ କ୍ଷୟକ୍ଷତି ଆକଳନ କରାଯିବ ବୋଲି ବିଭାଗ କହିଛି। ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଏହା ଜିଲ୍ଲା ପ୍ରଶାସନକୁ ପଠାଯିବା ବୋଲି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତରାଖଣ୍ଡରେ କିଛିଦିନ ବର୍ଷା ଜାରି ରହିବ। ମାର୍ଚ୍ଚ ୩୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବା ସହ ପବନ ଓ ଘଡ଼ଘଡ଼ ବିଜୁଳି ମାରିବ।

Comments are closed.