Latest Odisha News

BREAKING NEWS

ବଜ୍ରାଘାତରେ ଚାଲିଗଲା ଛାତ୍ରଙ୍କ ଜୀବନ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ମଙ୍ଗରାଜପୁର ଗାଁରେ ଅଘଟଣ । ବଜ୍ରାଘାତରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ୧୪ ବର୍ଷୀୟ ଡିଡୁନ ସେନାପତି । ସେ ନବମ ଶ୍ରେଣୀରେ ପଢୁଥିଲେ ।

ଖବର ମୁତାବକ, ଆଜି ଅପରାହ୍ନ ସମୟରେ ଛାତ୍ର ଜଣକ ସ୍କୁଲରୁ ଫେରୁଥିଲେ । ଏହି ସମୟରେ ଘଡଘଡି ବିଜୁଳି ମାରିଥିଲା । ଭୟରେ ଛାତ୍ର ଜଣକ ଏକ ଗଛ ତଳକୁ ଚାଲିଯାଇଥିଲେ । ଫଳରେ ବଜ୍ରାଘାତରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ପହଞ୍ଚି ମୃତଦେହକୁ ବଡ଼ଚଣା ମେଡିକାଲକୁ ନେଇଥିଲେ । ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed.