Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣା: ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ଅଧୀକ୍ଷକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣାରେ ଥାନାରେ ଏତଲା । ସିଂହଦ୍ବାର ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ଅଧୀକ୍ଷକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଏତଲାରେ ଉଲ୍ଲେଖ । ଲାଇଟ କଢ଼ାଯିବା ଘଟଣାରେ ଥାନାରେ ଏତଲା ଦେବାର କିଛି ସମୟ ପରେ ୪ ଜଣଙ୍କୁ ଅଟକ ରଖିଛି ପୁରୀ ପୋଲିସ ।

ସୂଚନା ଅନୁସାରେ, ଶ୍ରୀମନ୍ଦିରରେ ପରିକ୍ରମା ପ୍ରକଳ୍ପ ସହ ହୋଇଥିଲା ଆଲୋକୀକରଣ ବ୍ୟବସ୍ଥା । ଏହାକୁ ଲଗାଇଥିବା ଠିକାଦାର ଜଣଙ୍କ ସରକାର ପରିବର୍ତ୍ତନ ହେବା ପରେ ବିନା ନୋଟିସ୍ ରେ ମନ୍ଦିର ପରିସରରୁ ଲାଇଟ ଖୋଲି ନେଇଯାଇଛନ୍ତି । ସେଥିପାଇଁ ଗତ ୩ ଦିନ ହେବ ଅନ୍ଧାରମୟ ହୋଇଯାଇଥିଲା ଶ୍ରୀମନ୍ଦିର ପରିସର । ତେବେ କାହିଁକି ଠିକାଦାର ଲାଇଟ୍ ଖୋଲିନେଇଥିଲା ସେନେଇ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ତେବେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ ସ୍ଥିତି ବଦଳିଛି। ଲାଇଟ୍ ଖୋଲି ନେଇଥିବା ସଂସ୍ଥା ଆଜି ପୁଣି ଲାଇଟ୍ ଲଗାଇଛି।

Comments are closed.