Latest Odisha News

BREAKING NEWS

ୟୁଟ୍ୟୁବରେ ଉପଲବ୍ଧ ହେବ ଇନଷ୍ଟାଗ୍ରାମ ଫିଚର୍, ମିଳିବ ଏହି ଲାଭ..

ନୂଆଦିଲ୍ଲୀ: ସର୍ଟସ (Shorts) କ୍ରିଏଟରମାନଙ୍କ ପାଇଁ ୟୁଟ୍ୟୁବ୍ (YouTube) ନୂତନ ଫିଚର ଆଣୁଛି । ଯାହାଦ୍ବାରା ସମସ୍ତେ ସହଜରେ ଭିଡିଓ ଏଡିଟିଂ କରିପାରିବେ । ନୂତନ ଫିଚରରେ ଆପଣ ଉନ୍ନତ ଭିଡିଓ ଏଡିଟିଂ ଟୁଲ୍ସ, ଏଆଇ ଷ୍ଟିକର, ଟେମ୍ପଲେଟ୍ ଭଳି ଫିଚର ପାଇବେ । ଏହି ଫିଚର ଖୁବ୍ ଶୀଘ୍ର ଉପଲବ୍ଧ ହେବ ।

ୟୁଟ୍ୟୁବ୍ ସର୍ଟସ (shorts)କୁ ଇନବିଲ୍ଟ ଏଡିଟର ଦ୍ବାରା ଭଲ ଭାବରେ ଏଡିଟ କରିପାରିବେ। ଏଥିରେ, ଜୁମିଂ ମୋଡ୍, କ୍ରପ୍, କ୍ଲିପ ରିଆରେଞ୍ଜ କିମ୍ବା କ୍ଲିପ୍ ଡିଲିଟ୍ କରିବା ବ୍ୟତୀତ, ଆପଣଙ୍କୁ ବେକଗ୍ରାଉଣ୍ଡ ମ୍ୟୁଜିକ ଏବଂ ଟେକସ୍ଟ ବିକଳ୍ପ ମଧ୍ୟ ମିଳିବ।  ଫଳରେ ଆପ୍‌ରେ ଏଡିଟିଂ ଶୀଘ୍ର ସହଜ ହୋଇଯିବ। ଏହା କ୍ରିଏଟରମାନଙ୍କୁ ସେମାନଙ୍କର ସର୍ଟସ୍ ଉପରେ ଅଧିକ ନିୟନ୍ତ୍ରଣ ଦେବ।

ଆପଣ ଆପଣଙ୍କ ଗ୍ୟାଲେରୀରୁ ଫଟୋ ନେଇ ସେଗୁଡ଼ିକୁ ପୂର୍ବରୁ ତିଆରି ହୋଇଥିବା ଟେମ୍ପଲେଟରେ ଯୋଡି ପାରିବେ। ଏହି ଟେମ୍ପଲେଟ୍‌ଗୁଡ଼ିକରେ ଇଫେକ୍ଟ ମଧ୍ୟ ଆସିବ। ଏଥିରେ ଇମେଜ୍ ଷ୍ଟିକରର ଫିଚର ମଧ୍ୟ ଦିଆଯିବ। ଆପଣ ଆପଣଙ୍କ ପସନ୍ଦ ଅନୁସାରେ କଷ୍ଟମାଇଜ୍ ଇମେଜ୍ ଷ୍ଟିକର ତିଆରି କରିପାରିବେ। ଯାହା ମାଧ୍ୟମରେ ଆପଣ ଆପଣଙ୍କ ଭିଡିଓରେ ଆପଣଙ୍କର ବ୍ୟକ୍ତିଗତ ସ୍ପର୍ଶ ଯୋଡ଼ିପାରିବେ।

ଆପଣ YouTube ରେ AI ଆଧାରିତ ଷ୍ଟିକର ମଧ୍ୟ ଦେଖିବାକୁ ପାଇ ପାରନ୍ତି । ଆପଣ ଟେକ୍ସଟ୍ କମାଣ୍ଡ ଦେଇ ଷ୍ଟିକର ତିଆରି କରିପାରିବେ, ଯାହା ପ୍ରତ୍ୟେକ ଭିଡିଓକୁ ଏକ ଅନନ୍ୟ ଶୈଳୀ ଦେବ। ଅଟୋମେଟିକ ଭାବରେ ଆପଣଙ୍କର ଭିଡିଓ କ୍ଲିପ୍‌ଗୁଡ଼ିକ ସଂଗୀତ ବିଟ୍‌ରେ ସେଟ୍ ହୋଇଯିବ । YouTubeର ନୂତନ ଫିଚର୍ ଭିଡିଓକୁ ସିଲେକ୍ଟଡ ଗୀତର ବିଟ୍ ସହିତ ସ୍ୱୟଂଚାଳିତ ଭାବରେ ସିଙ୍କ୍ କରିବ। ଏହା ଆପଣଙ୍କର ଏଡିଟିଂ ସମୟ ବଞ୍ଚାଇବ ଏବଂ ଭିଡିଓଟି ପ୍ରୋଫେସନଲ ମଧ୍ୟ ଦେଖାଯିବ।

ନୂତନ ଫିଚର ସାହାଯ୍ୟରେ, ଆପଣଙ୍କୁ କଣ୍ଟେଣ୍ଟ ତିଆରି କରିବାରେ ଅଧିକ ମଜା ଆସିବ। ଭିଡିଓ ତିଆରି ଏବଂ ଏହାକୁ ଏଡିଟ କରିବାରେ ଆପଣଙ୍କୁ ସାହାଯ୍ୟ ମିଳିବ। ଏହା ସାହାଯ୍ୟରେ, ଆପଣ କମ ସମୟ ମଧ୍ୟରେ ଅଧିକ କଣ୍ଟେଣ୍ଟ କ୍ରିଏଟ କରିପାରିବେ ଏବଂ ଏଡିଟ କରିପାରିବେ।

 

 

Comments are closed.