Latest Odisha News

BREAKING NEWS

ବିଧାନସଭା ଅଚଳାବସ୍ଥା ନେଇ ସାଂଘାତିକ ଅଭିଯୋଗ ଆଣିଲେ ତାରା ବାହିନୀପତି

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ନେଇ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକତ ତାରାପ୍ରସାଦ ବାହିନୀପତି । ବିଜେପି-ବିଜେଡି ଲିଙ୍କ କଥା କହିଛନ୍ତି । ତାରା କହିଛନ୍ତି, ବିଜେଡି ଓ ବିଜେପି ମିଳିତ ଭାବେ ଚାହୁଁଛନ୍ତି ବିଧାନସଭା ନଚାଲୁ । ଚାଷୀଙ୍କ ଧାନ ନଉଠୁ ବୋଲି ଉଭୟ ଚାହୁଁଛନ୍ତି । କେବଳ ଡ୍ରାମା କରୁଛନ୍ତି । ବିଧାୟକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।

ଏହାସହ ତାରା ଚେତେଇ ଦେଇଛନ୍ତି, ଯେପର୍ୟ୍ୟନ୍ତ ମଣ୍ଡିରୁ ଚାଷୀଙ୍କ ଧାନ ନଉଠିଛି ସେଯାଏ ଆନ୍ଦୋଳନ କରିବ କଂଗ୍ରେସ । ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ତାରା ବାହିନୀପତି ଦାବି କରିଛନ୍ତି । ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହେବା ଦିନଠୁ ମଣ୍ଡି ଅବ୍ୟବସ୍ଥାକୁ ନେଇ ହୁଲସ୍ତୁଲ ହେଉଛି ଗୃହ ।

Leave A Reply

Your email address will not be published.