Latest Odisha News

BREAKING NEWS

ବେଲଗାମ ମଠରୁ ମିଳିଲା ସିଦ୍ଧଲିଙ୍ଗ ସ୍ୱାମୀଙ୍କ ଶବ, ଆତ୍ମହତ୍ୟା ସନ୍ଦେହ

ବାଙ୍ଗାଲୋର: କର୍ଣ୍ଣାଟକର ବେଲଗାମ ମଠରୁ ସିଦ୍ଧଲିଙ୍ଗ ସ୍ୱାମୀଙ୍କ ଶବ ମିଳିଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତାଙ୍କ ଝୁଲନ୍ତା ଶବ ନିକଟରୁ ସୁଇସାଇଡ ନୋଟ ମିଳିଛି । ସେ ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତି ମୁରୁଧ ଶରଣାରୁଙ୍କ ଶିଷ୍ୟ । ଶିବମୂର୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି ଏବଂ ସେ ଏବେ ଜେଲରେ ଅଛନ୍ତି । ଆଜି ତାଙ୍କ ଜାମିନ ନେଇ ଶୁଣାଣୀ ହେବ । ଲିଙ୍ଗାୟତ ମଠର ଏହି ଯୌନ କେଳେଙ୍କାରୀ ନେଇ ଏକ ଅଡିଅ ଭାଇରାଲ ହେଉଛି । ଏଥିରେ ସିଦ୍ଧଲିଙ୍ଗଙ୍କ ନାମ ଉଠିଥିବାରୁ ସେ କିଛି ଦିନ ହେବ ଚାପରେ ଥିଲେ । ଶିବମୂର୍ତି ଗିରଫ ହେବା ପରେ ତାଙ୍କ ପୌରୁଷତ୍ୱର ଯାଂଚ କରାଯାଇଥିଲା ।

BjdElectrycity

ମଠ ଏବଂ ବାବାଙ୍କ ଦ୍ୱାରା ସଂଚାଳିତ ହଷ୍ଟେଲରୁ ଛାତ୍ରୀମାନେ ନିଖୋଜ ହେବା ଘଟଣା ବାହାରକୁ ଆସିବା ପରେ ଏହାର ତଦନ୍ତ କରା ଯାଇଥିଲା । ତଦନ୍ତରେ କେତେକ ଯୁବତୀଙ୍କ ସହ ଦୁଷ୍କର୍ମ କରାଯିବା ପରେ ଅର୍ଥ ଏବଂ ଭୟ ଦେଖାଇ ଚୁପ କରାଇ ଦିଆ ଯାଇଥିଲା । ଗିରଫ ହେବା ପରେ ଶିବମୂର୍ତି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.