Latest Odisha News

BREAKING NEWS

ରାସ୍ତାରେ ବୁଲୁଥିଲେ, ଏବେ କମ୍ପାନୀ ଭିତରେ ପଶିଲେ ସିଂହ

ରାଜୁଲା(ଗୁଜରାଟ):ପୁଣି ସହର ଭିତରେ ବୁଲିଲେ ସିଂହ । ଯେମିତି ସ୍ଥାନୀୟ ବାସିନ୍ଦା । ଡର ନାହିଁ କି ଭୟ ନାହିଁ । ଏପଟେ ସିଂହକୁ ଦେଖି ଲୋକଙ୍କ ଘରେ ପଡି ଯାଇଛି ତାଟି କବାଟ । ରାସ୍ତାରେ ବୁଲୁଥିବା ସିଂହ ପାଚେରୀ ଡେଇଁ ଲୋକଙ୍କ ଘର ଭିତରେ ପଶୁଥିବାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇଥିଲୁ । ଏବେ ଘରୋଇ କମ୍ପାନୀ ଭିତରେ ସିଂହ ପଶିଥିବାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇବୁ ।  ଉଭୟ ଦୃଶ୍ୟ ଗୁଜରାଟର  ଆମ୍ରେଲି ଜିଲ୍ଲାର  । ପ୍ରଥମ ଦୃଶ୍ୟ  ରାମପଡ଼ା ଗାଁର ହୋଇଥିବାବେଳେ ଏବେ ସାମ୍ନାକୁ ଆସିଥିବା ଦୃଶ୍ୟ ରଜୁଲା ଅଞ୍ଚଳର । ଶୁକ୍ରବାର ଏ ଦୃଶ୍ୟ ଦେଖିବାକୁ ମିଳିଛି । କମ୍ପାନୀ ଭିତରକୁ ସିଂହ ପଶୁଥିବା ଦେଖି କମର୍ଚାରୀମାନେ ଭୟଭୀତ ହୋଇ ପଡିଛନ୍ତି ।

ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି, ଏକ ସିଂହ କମ୍ପାନୀର ଏକ ହଲ ଭିତରେ ବୁଲୁଛି । କ୍ୟାମେରାରେ ଏ ଦୃଶ୍ୟ ଦେଖିବା ପରେ କମ୍ପାନୀ କମର୍ଚାରୀମାନେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ କମର୍ଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସିଂହକୁ ଧରିବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳକୁ ସିଂହ ସ୍ଥାନ ଛାଡି ପଳାଇ ଯାଇଥିଲା । ବନ ବିଭାଗ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସିଂହକୁ ପାଇ ନ ଥିଲା । ଏ ପର୍ଯ୍ୟନ୍ତ ବନବିଭାଗ ଉକ୍ତ ସିଂହକୁ   ଖୋଜ  ପାଇନାହିଁ ।

ଆପଣଙ୍କର ମନେ ଥିବା ନିକଟରେ ଆମ୍ରେଲି ଜିଲ୍ଲା ଅନ୍ତର୍ଗତ ରାମପଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ସିଂହ ବୁଲୁଥିବାରୁ ଚିତ୍ର କଏଦ ହୋଇଥିଲା । ଗୋଟିଏ କି ଦୁଇଟି ନୁହେଁ ଦଳ ହୋଇ ୮ଟି ସିଂହ ଗାଁ ଭିତରକୁ ଚାଲି ଆସିଥିଲେ ।  କିଛି ସମୟ ବୁଲିବା ପରେ ସମସ୍ତ ସିଂହ ଚାଲିଯାଉଥିବା ଦେଖିବାକୁ ମିଳିଥିଲା ।  ସୋସିଆଲ ମିଡିଆରେ ସେହି ଭିଡିଓ ଏବେ ଖୁବ୍‌ ଭାଇରାଲ ହୋଇଥିଲା । ଗୁଜରାଟର ଗିର ଅଞ୍ଚଳ ସିଂହ ଅଭୟାରଣ୍ୟ ହୋଇଥିବାବେଳେ ଅମରେଲି ଜିଲ୍ଲା ଗିର୍ ଅଂଚଳର ପଡୋଶୀ ଜିଲ୍ଲା ଅଟେ।ଏଠାରେ ରାସ୍ତାରେ ସିଂହ ବୁଲିବା ଦୃଶ୍ୟ ସାଧାରଣ ବୋଲି ସ୍ଥାନୀୟ ଲୋକ କହନ୍ତି ।

Leave A Reply

Your email address will not be published.