Latest Odisha News

BREAKING NEWS

ପଞ୍ଚମ ଦିନରେ ଆଦିବାସୀ ମେଳା

ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଚାହିଦା ବଢ଼ିଛି

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌୧ ସ୍ଥିତ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ଆଜି ପଞ୍ଚମ ଦିନରେ ପହଞ୍ଚିଛି ।

ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ବିଶୁଦ୍ଧ ଏବଂ ଏଥିରେ ଜୈବିକ ଗୁଣ ଏ ଯାବତ୍‌ ଅକ୍ଷୁଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ତାହା ହିଁ ଜନସାଧାରଣଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରୁଛି ଆଦିବାସୀ ମେଳାକୁ । ଗ୍ରାହକମାନଙ୍କର ଆଗ୍ରହ ଆଦିବାସୀ ମେଳାକୁଚଳଚଞ୍ଚଳ କରୁଛି । ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା-ବାସୁମତି ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଦର୍ଶକଙ୍କ ଯେତିକି ଆଗ୍ରହ ପରିଲକ୍ଷିତ ହେଉଛି, ସେତିକି ଆଗ୍ରହ ରହୁଛି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ଆଚାର, ହଳଦୀଗୁଣ୍ଡ ଓ ଫୁଲଝାଡ଼ୁ ଆଦି କିଣିବା ପାଇଁ ।

ଏହି ମେଳାର ମେଳାର ଅନ୍ୟତମ ବିଶେଷ ଆକର୍ଷଣ ହେଉଛି ଚୁକୁଟିଆ ଭୁଞ୍ଜିଆ ଘର ପାଖରେ ଚୁକୁଟିଆ ଭୁଞ୍ଜିଆମାନଙ୍କ ଦ୍ୱାରା ଉତ୍ପାଦିତ ଷ୍ଟ୍ରବେରୀ ପାଇଁ ଦର୍ଶକଙ୍କ ଆକର୍ଷଣ । ସ୍ୱାଦିଷ୍ଟ ଷ୍ଟ୍ରବେରୀ ସୁଲଭ ମୂଲ୍ୟରେ ମିଳୁଥିବାରୁ ଦର୍ଶକଙ୍କ ଆଗ୍ରହ ବଢ଼ିଛି । ଏହା ସହ ପଞ୍ଚମ ସନ୍ଧ୍ୟାରେ ପରିବେଷିତ କିଷାନ ନୃତ୍ୟ, ଦେଶିଆ କନ୍ଧ ଜନାଜତିଙ୍କର ଧାଙ୍ଗିଡ଼ି ନୃତ୍ୟ, କରମା ନୃତ୍ୟ, ସିଂଘା ନୃତ୍ୟ, ମୁଣ୍ଡା ନୃତ୍ୟ ଆଦି ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

Leave A Reply

Your email address will not be published.