Latest Odisha News

BREAKING NEWS

ମହାନ ଫୁଟବଲ ଖେଳାଳି ମେସିଙ୍କୁ କରୋନା

ନୂଆଦିଲ୍ଲୀ: ଫୁଟବଲର ମହାନ ଖେଳାଳି ଆର୍ଜେଂଟିନାର ଲିଓନେଲ ମେସି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଫ୍ରାନ୍ସର ପ୍ରତିଷ୍ଠିତ କ୍ଲବ ପ୍ୟାରିସ ସେଂଟ ଜର୍ମନ ସହ ମେସି ଗତବର୍ଷ ଚୁକ୍ତିବଦ୍ଧ ହୋଇଥିଲେ । ମେସିଙ୍କ ସମେତ ପିଏସଜିର ଆଉ ୩ଜଣ ଖେଳାଳିଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।

୭ଥର ବାଲନ ଡି ଅର ପୁରସ୍କାର ଜିତି ସାରିଥିବା ମେସି ଦୀଘଦିନ ପରେ ସୋମବାର ଫ୍ରେଂଚ କପରେ ଖେଳିବା ପାଇଁ ପଡିଆକୁ ଓହ୍ଲାଇଥାନ୍ତି । ଏହି ଖେଳାଳିମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କୋଭିଡ ଟେଷ୍ଟ କରାଇ ନେବା ପାଇଁ କ୍ଲବ ପକ୍ଷରୁ ପରାମର୍ଶ ଦିଆଯାଇଛି । ମେସି ଏବେ କ୍ୱାରେଂଟାଇନରେ ଅଛନ୍ତି ।

Leave A Reply

Your email address will not be published.