Latest Odisha News

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡିଲା ମେସିଙ୍କୁ

ବାର୍ସିଲୋନା:ମହାନ ଫୁଟବଲ ଖେଳାଳି ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଲିଓନେଲ ମେସି ଓ ତାଙ୍କ କ୍ଲବ ବାର୍ସିଲୋନାଙ୍କୁ ମହଙ୍ଗା ପଡିଛି । ଓସାସୁନା ବିପକ୍ଷ ମ୍ୟାଚରେ ବାର୍ସିଲୋନା ୪-୦ ଗୋଲରେ ବିଜୟୀ ହାସଲ କରିଥିଲା । ମେସି ଗୋଲ ସ୍କୋର କରିବା ପରେ ଦଳୀୟ ଜର୍ସି ଉପରେ ଆଉ ଏକ ଜର୍ସି ପିନ୍ଧି ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସୋସିଆଲ ସାଇଟରେ ମେସିଙ୍କୁ ପ୍ରଶଂସକମାନେ ପ୍ରଶଂସା କରିଥିବା ବେଳେ ମେସିଙ୍କୁ କିନ୍ତୁ ଜରିମାନା ବାବଦକୁ ୬୦୦ ୟୁରୋ ଓ କ୍ଲବକୁ ୧୮୦ ୟୁରୋ ଦେବାକୁ ପଡିଛି ।

ଖେଳାଳି ଗୋଲ ସ୍କୋର କରିବା ପରେ ଶାର୍ଟ ଖୋଲିଲେ ଦଣ୍ଡିତ କରାଯିବାର ନିୟମ ରହିଛି । ଏହାକୁ ଆଧାର କରି ମେସି ଜରିମାନା ଦେଇଛନ୍ତି । ମାରାଡୋନାଙ୍କ ପ୍ରତି ତାଙ୍କ ସମ୍ମାନକୁ ଆମେ ସ୍ୱାଗତ କରୁଛୁ, କିନ୍ତୁ ନିୟମ ମାନେ ନିୟମ ବୋଲି ପ୍ରତିଯୋଗିତା କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.