Latest Odisha News

BREAKING NEWS

୮୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡିପାରିବ ଘରୋଇ ବିମାନ

ନୂଆଦିଲ୍ଲୀ: ଏଣିକି ୮୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡିବ ଘରୋଇ ବିମାନ । ଏନେଇ ଆଜି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ମନ୍ତ୍ରୀ କହିଛନ୍ତି, ଘରୋଇ ଉଡାଣ ସଂଚାଳନ ସଂଖ୍ୟା କୋଭିଡ୍ ପୂର୍ବ ସ୍ତର ଅନୁସାରେ ୭୦ ପ୍ରତିଶତରୁ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ପୂର୍ବରୁ ନଭେମ୍ବର ୧୧ରେ ୭୦ ପ୍ରତିଶତ ଘରୋଇ ଯାତ୍ରୀ ଉଡାଣ ପାଇଁ ଅନୁମତି ଦେଇଥିଲେ ମନ୍ତ୍ରୀ ।

ମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ଘରୋଇ ପରିଚାଳନା ୨୫ ମେ ’ରେ ୩୦ ହଜାର ଯାତ୍ରୀଙ୍କ ସହ ଆରମ୍ଭ ହୋଇଥିଲା । ଏବେ ଅର୍ଥାତ୍ ୩୦ ନଭେମ୍ବର ୨୦୨୦ ସୁଦ୍ଧା ଏହି ସଂଖ୍ୟା ୨.୫୨ ଲକ୍ଷରେ ପହଞ୍ଚିଛି । କରୋନା ମହାମାରୀ ଯୋଗୁ ସାରା ଦେଶ ଲକଡାଉନ୍ ହୋଇଥିଲା । ଏହି ସମୟରେ ବିମାନ ଚଳାଚଳ ବନ୍ଦ ରହିଥିଲା । ଦୁଇ ମାସ ପରେ ୨୫ ମେ ’ରେ ଘରୋଇ ଯାତ୍ରୀ ସେବା ଆରମ୍ଭ ହୋଇଥିଲା । ଏହି ସମୟରେ କରୋନା ଯୋଗୁ ଯାତ୍ରୀଙ୍କ କ୍ଷମତା ୩୩ ପ୍ରତିଶତ ରଖାଯାଇଥିଲା ।

କରୋନା କଟକଣା ଯୋଗୁ ଡିଜିସିଏ ଭାରତରେ ଅନ୍ତର୍ଜାତୀୟ ବିମାନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଉଡାଣ ବନ୍ଦ କରିଛି । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନର ଭାରତରୁ ଯିବ ନାହିଁ କି ଅନ୍ୟ ଦେଶରୁ ବିମାନ ଭାରତକୁ ଆସିବ ନାହିଁ । ଏହି ସମୟରେ କେବଳ ବନ୍ଦେ ଭାରତ ମିଶନ ଉଡାଣ କରିପାରିବ ।

Leave A Reply

Your email address will not be published.