Latest Odisha News

BREAKING NEWS

ଜର୍ଜ ମେସିଙ୍କ ପରଲୋକ; ଖେଳରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେଲେ ଫୁଟବଲ ତାରକା ଲିଓନେଲ ମେସି

ରୋସାରିଓ :ବିଶ୍ୱପ୍ରସିଦ୍ଧ ଆର୍ଜେଣ୍ଟିନୀୟ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ବାପା ତଥା ତାଙ୍କର ମ୍ୟାନେଜର ଜୋର୍ଜ ମେସିଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଗଭୀର ଶୋକସନ୍ତପ୍ତ ସମୟରେ ୩୯ ବର୍ଷୀୟ ମେସି ଫୁଟବଲ୍ ପିଚରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି । ବାପାଙ୍କ ବିୟୋଗ ଖବର ପାଇବା ପରେ ମେସି ନିଜ ସ୍ତ୍ରୀ ଆଣ୍ଟୋନେଲାଙ୍କ ସହ ଜନ୍ମମାଟି ରୋସାରିଓରେ ପହଞ୍ଚିଛନ୍ତି ଏବଂ ପରିବାର ଗହଣରେ ସମୟ ବିତାଉଛନ୍ତି । ଆମେରିକୀୟ କ୍ଲବ ଇଣ୍ଟର ମିଆମି ନିଜ କ୍ୟାପଟେନଙ୍କ ଦୁଃଖ ସମୟରେ ପୂର୍ଣ୍ଣ ସମର୍ଥନ ପ୍ରକାଶ କରିଛି ଏବଂ ପିଚକୁ ଫେରିବା ପାଇଁ କୌଣସି ସମୟସୀମା ଧାର‌୍ୟ୍ୟ କରିନାହିଁ ।

୧୩ ବର୍ଷ ବୟସରେ ମେସିଙ୍କୁ ବାର୍ସିଲୋନାର ଲା ମାସିଆ ଆକାଡେମୀକୁ ନେବାରେ ଜୋର୍ଜଙ୍କ ପ୍ରମୁଖ ଭୂମିକା ଥିଲା । ସେ କେବଳ ଜଣେ ପିତା ନଥିଲେ, ମେସିଙ୍କ ସମସ୍ତ ଚୁକ୍ତି ଓ ବ୍ୟାବସାୟିକ କାର‌୍ୟ୍ୟର ପରିଚାଳକ  ଥିଲେ । ବାର୍ସିଲୋନା, ଆର୍ଜେଣ୍ଟିନା ଫୁଟବଲ ଆସୋସିଏସନ , ନ୍ୟୁଏଲ୍ସ ଓଲ୍ଡ ବୋଏଜ୍ ଏବଂ କୋନମେବୋଲ ସମେତ ସାରା ବିଶ୍ୱର ଫୁଟବଲ କ୍ଲବ ଓ ପ୍ରଶଂସକମାନେ ଶୋକସନ୍ତପ୍ତ ମେସି ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.