କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଥାନା ଅନ୍ତର୍ଗତ ଆଳତୁମା ଗାଁ ରାମିଆଳ ବ୍ରିଜ ନିକଟରେ ଫିଲ୍ମ ଷ୍ଟାଇଲରେ ମଦ ମାଫିଆକୁ ଗୋଡ଼ାଇ ଧରିଲା ଅବକାରୀ ଟିମ୍ । ଏଥିସହିତ ତାଙ୍କ ଠାରୁ ୬ଶହ ଲିଟର ଦେଶୀ ମଦ ଏବଂ ଗୋଟିଏ ସ୍କର୍ପିଓ ଗାଡିକୁ ଜବତ କରିଛି ଅବକାରୀ ପୋଲିସ । ଗିରଫ ମଦ ମାଫିଆ ଜଣଙ୍କ ପରଜଙ୍ଗ ଥାନା ଆମ୍ବପଳାସ ଗାଁର ମଣ୍ଟୁ ସାହୁ । ମଣ୍ଟୁ ନିଜ ସହଯୋଗୀ ସହ ଦେଶୀ ମଦ ନେଇ ସ୍କର୍ପିଓ ଗାଡ଼ିରେ ଆମ୍ବପଳାସ ଗାଁରୁ କାମାକ୍ଷାନଗର ଅଭିମୁଖେ ଯାଉଥିଲେ । ବିଶେଷ ସୂତ୍ରରୁ ଖବରପାଇ କାମାକ୍ଷାନଗର ଅବକାରୀ ପୋଲିସ ସେମାନଙ୍କ ପିଛା କରି ରାମିଆଳ ବ୍ରିଜ ନିକଟରେ କାବୁ କରିଥିଲା । ସ୍କର୍ପିଓ ଗାଡି ଭିତରୁ ୧୨ଟି ଜାର ମଧ୍ୟରେ ଥିବା ୬ଶହ ଦେଶୀ ମଦ ଜବତ କରିଥିଲା । ତେବେ ମଦ ମାଫିଆ ସହିତ ଥିବା ସହଯୋଗୀ ଜଣଙ୍କ ଚମ୍ପଟ ମାରିଥିଲେ । ଗିରଫ ମଣ୍ଟୁଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।
BREAKING NEWS
- ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା; ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖି ବିଭୋର ହେଲେ ଦର୍ଶକ
- Women’s Hero Hockey India League 2025-26: ଆରମ୍ଭ ହେଲା ମହିଳା ହିରୋ ହକି ଇଣ୍ଡିଆ ଲିଗର ୨ୟ ସିଜିନ୍, ଏଠାରେ ଦେଖନ୍ତୁ ଲାଇଭ
- ରଘୁରାଜପୁର ଆସି ଶିଳ୍ପୀମାନଙ୍କର ଅନନ୍ୟ କଳାକୃତି ଉପଭୋଗ କରନ୍ତୁ ଦେଶବାସୀ: ମୁଖ୍ୟ ନିର୍ବାଚନ କମିଶନର
- କଳାକାରଙ୍କ ମାସିକ ସହାୟତା ଭତ୍ତା ବୃଦ୍ଧି କଲେ ସରକାର; ଉପକୃତ ହେବେ ୪୭ ହଜାର ୭୦୪ କଳାକାର
- ମୋବାଇଲ୍ ଫୋନ୍ର ଚାର୍ଜିଂ ପୋର୍ଟ୍ ପାଖେ କାହିଁକି ଥାଏ କଣା, ଏଥିଲେ ଲୁଚି ରହିଛି ହିଡେନ୍ ଫିଚର୍ସ
- ବାଂଲାଦେଶରେ ମିଳୁନି କଣ୍ଡୋମ୍; ଗୋଟିଏ ମାସ ପାଇଁ ବନ୍ଦ ହୋଇଯିବ ବିକ୍ରି, ହିଂସା ଭିତରେ କାହିଁକି ହେଲା ଏମିତି ସ୍ଥିତି
- ପରିବହନ ଅଧିକାରୀଙ୍କ ଉପରେ ଫାଇନ ଲଗାଇଲେ ମହାରାଜ କଂସ
- ଉସମାନ ହାଦି ମାମଲା; ସନ୍ଦିଗ୍ଧ ହତ୍ୟାକାରୀ ଭାରତରେ ଥିବା ଅଭିଯୋଗକୁ ଖଣ୍ଡନ…
- Operation Neel Jahar: କନ୍ଧମାଳରେ ଅପରେସନ ‘ନୀଳ ଜହର’: ୧୫୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ହେଲା ନଷ୍ଟ
- କେଉଁ ପଟେ ଶୋଇଲେ ଶୀଘ୍ର ଆସେ ନିଦ, ଜାଣନ୍ତୁ ଚମତ୍କାରିତା
Comments are closed.