Latest Odisha News

BREAKING NEWS

୧୮୫ପେଟି ମଦ ଜବତ, ପିକଅପ ଭ୍ୟାନ୍ ଡ୍ରାଇଭର ଗିରଫ

ଯାଜପୁର: ଯାଜପୁର ଅମ୍ବିକାଇ ଛକ ନିକଟରୁ ୧୮୫ପେଟି ମଦ ଜବତ କରାଯାଇଛି। ଘଟଣାରେ ପିକ ଅପ ଭ୍ୟାନର ଡ୍ରାଇଭରକୁ ଗିରଫ କରିଛି ଯାଜପୁର ପୋଲିସ୍।

ସୂଚନା ଅନୁସାରେ, ପୁରୁଣା ମଦ ଦୋକାନରୁ ଏହି ମଦ ପେଟି ଗୁଡ଼ିକ ଏକ ପିକ ଅପ୍ ଭ୍ୟାନରେ ଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା। ପରେ ଯାଜପୁର ପୋଲିସ ଚଢ଼ାଉ କରିଥିଲା। ଏତେ ପରିମାଣରେ ମଦ କେଉଁଠୁ ଆସିଲା ଏବଂ କୁଆଡ଼େ ଯାଉଥିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ। ତେବେ ଏହି ଘଟଣାରେ ପିକ ଅପ ଭ୍ୟାନର ଡ୍ରାଇଭରକୁ ପୋଲିସ ଗିରଫ କରିଛି। ଏହା ସହ ସମ୍ପୃକ୍ତ ମଦ ଦୋକାନୀକୁ ଗିରଫ କରାଯିବ ବୋଲି ଯାଜପୁର ଏସଡ଼ିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Comments are closed.