Latest Odisha News

BREAKING NEWS

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ସହ ୪ ଗିରଫ

ନୀଳଗିରି : ଅବକାରୀ ବିଭାଗ ପକ୍ଷରୁ ନୀଳଗିରି ଥାନା ଅଧିନସ୍ଥ ସିଆଡିମାଳ ଓ ଭବାନ୍ଧ ଗ୍ରାମରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଓ ମଦ ପ୍ରସ୍ତୁତକାରୀ ସମାଗ୍ରୀ ଜବତ କରାଯାଇଛି । ଦୁଇଟି ମାମଲାରେ ମୋଟ ୮ ହଜାର ୮ଶହ ଲିଟର ଗୁଡ ସଫା ଓ ମଦ ଡିଷ୍ଟିଲେସନ୍ ପାଇଁ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ପରିବହନରେ ଅସୁବିଧା ହେତୁ ଜବତ ସାମଗ୍ରୀକୁ ଘଟଣାସ୍ଥଳରେ ନଷ୍ଟ କରିଛି ଅବକାରୀ ବିଭାଗ ।

ଅନ୍ୟ ଏକ ମାମଲାରେ ସୋର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ସହ ୪୦ ଲିଟର ମଦ ଜବତ କରାଯାଇଛି । ଏହି ମାମଲାରେ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସେହିପରି ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୭୦ ଲିଟର ଦେଶୀ ମଦ ଓ ୧୮ ଶହ ଲିଟର ପୋଚ ସହିତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, ଜଣେ ଫେରାର ହୋଇଯାଇଥିବା ନେଇ ସୂଚନା ଦେଇଛି ଅବକାରୀ ବିଭାଗ ।

Leave A Reply

Your email address will not be published.