Latest Odisha News

BREAKING NEWS

କାଲିଠୁ ଖୋଲିବ ମଦ ଦୋକାନ: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କାଲିଠୁ ଖୋଲିବ ମଦ ଦୋକନ । ବ୍ୟାପକ ବାଦ ବିବାଦ ମଧ୍ୟରେ ସୋମବାରଠୁ ସାରା ଦେଶରେ ମଦ ଦୋକାନ ଖୋଲିବା ନେଇ ଗୃହ ମନ୍ତ୍ରାଳୟ ସୂଚନା ଦେଇଛି । ଏପରିକି ରେଡ୍‌ଜେନ୍‌, ଅରେଂଜ ଜୋନ୍ ଏବଂ ଗ୍ରୀନ୍ ଜୋନ୍‌ରେ ମଦ ଦୋକନ ଖୋଲିବ । ଏନେଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।

କେବଳ କଣ୍ଟେନମେଂଟ ଅଂଚଳକୁ ଛାଡି ଦେଲେ ଆଉ ସବୁଠି ମଦ ଦୋକନ ଖୋଲିପାରିବ । ଲକଡାଉନ୍ ଯୋଗୁଁ ପାନ, ଗୁଟଖା ଓ ମଦ ଦୋକାନ ଖୋଲିବା ଉପରେ କଟକଣା ଲଗାଯାଇଥିଲା । ତେବେ ଏହି କଟକଣାକୁ କେନ୍ଦ୍ର ସରକାର କୋହଳ କରିଛନ୍ତି । ଲକଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ପର‌୍ୟ୍ୟନ୍ତ ସମ୍ପ୍ରସାରଣ କରି ଗୃହ ମନ୍ତ୍ରାଳୟ ମଦ ଏବଂ ତମାଖୁ ଦୋକାନକୁ ରେଡ୍‌, ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଖୋଲିବାକୁ ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.