Latest Odisha News

BREAKING NEWS

କୁଆଖିଆ ନିକଟରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ମୃତ

ଯାଜପୁର: ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ ମର୍ମନ୍ତୁଦ ସକଡ ଦୁର୍ଘଟଣା ହୋଇଛି । ୨ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଫ୍ଲାଏଓଭର ଉପରେ କଦଳୀ ବୋଝେଇ ଟ୍ରକ ଓ ଆଇରନ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଅନେକ ଗାଡ଼ି ଅଟକି ରହିଛି । କୁଆଖିଆ ପୁଲିସ ରାସ୍ତାରୁ ଭଡି ହଟାଇବା ପାଇଁ ଉଦ୍ୟମ କରୁଛି । ତେବେ ଆଇରନ ବୋଝେଇ ଟ୍ରକର କୌଣସି କ୍ଷତି ହୋଇ ନାହିଁ ।

Leave A Reply

Your email address will not be published.