Latest Odisha News

BREAKING NEWS

ନକଲି ମଦ କାରଖାନା ଠାବ, ବିପୁଳ ମଦ ସହ ୨ ଗିରଫ

ପାରାଦୀପ: ପାରାଦୀପରେ ନକଲି ମଦ କାରଖାନା ଠାବ କରିଛି ଅବକାରୀ ଟିମ୍। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଛି । ପାରାଦୀପ ଅବକାରୀ ଥାନାର ଏକ ସ୍ବତନ୍ତ୍ର ଟିମ୍ ଅଠରବାଙ୍କି ଅମ୍ବିକାପଡାର ଏକ ଭଡାଘରୁ ବିପୁଳ ନକଲି ମଦ ଜବତ କରିଛି ।

ସୂଚନାଥାଉକି, କେନ୍ଦ୍ରାପଡ଼ାରୁ ନକଲି ମଦ ସାମଗ୍ରୀ ଆସୁଥିଲା । ଉକ୍ତ ଭଡ଼ା ଘରୁ ବିପୁଳ ନକଲି ବିଦେଶୀ ମଦ, ଲେବୁଲ, ବୋତଲ ଓ ଏକ ବାଇକ ଜବତ କରାଯାଇଛି ।

ଦୀର୍ଘ ଦିନ ଧରି ଏଠାରେ ନକଲି ମଦ ତିଆରି କରି ପାରାଦୀପ, କେନ୍ଦ୍ରାପଡ଼ା ଅଞ୍ଚଳରେ ବିକ୍ରି କରୁଥିଲେ। ପାରାଦୀପ ଅବକାରୀ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି ଯେ, ଏହି ଘଟଣାର ତଦନ୍ତ ଜାରି ରହିଥିବାବେଳେ କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ସହଯୋଗୀ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଧାରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments are closed.