Latest Odisha News

BREAKING NEWS

ଭାଷା ଭାଗବତ : ବହିପଢ଼ା ଅଭ୍ୟାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୪ 

ଲୋକେ ତ କଥା ଶୁଣି, କହି
ମଜାରେ ଥାଂତି ଏଠି ରହି
ପରୀକ୍ଷା ଦେବାର ତ ନାହିଁ
କିଆଁ ପଢ଼ିବେ କେଉଁ ବହି ?

ବହିରେ ଲେଖା କଥା ଶୁଣି
ମାନି ଚଳିଲେ, ନାହିଁ ହାନି
ପର ବଚନ କହି ଜ୍ଞାନୀ
ସହଜେ ହୋଇଥାଂତି ଧନୀ

ସହଜ ଧନାର୍ଜନ ପଂଥା
ଯେହେତୁ ଭିତ୍ତିହୀନ କଥା
ଆମର ନେତା ଓ ଜନତା
କରଂତିନାହିଁ କିଛି ଚିଂତା

କଥା ବଳରେ ଚଳେ ଦେଶ
ଲୋକେ ତ ନିରୀହ ମଣିଷ
ଅଯଥା ପଠନ ଅଭ୍ୟାସ
ବର୍ଜନ କରି ହସହସ

ବହିପଢ଼ାରୁ ମୁକ୍ତି ପାଇ
ସଭିଏଁ ଉଲ୍ଲସିତ ହୋଇ
କରଂତି ଜୀବନ ଯାପନ
ବହିର ନାହିଁ ପ୍ରୟୋଜନ

ଲୋକଂକ ବାର୍ତାଳାପ ବଳେ
ବିନା ବହିରେ କାମ ଚଳେ
ବହି ପଢ଼ିବା ଅକାରଣ
ଏଠାରେ ଲୋକେ ସର୍ବଜାଣ

ଏପରି ଧାରଣାର ଫଳ
ସ୍ବଭାଷା ଭୋଗଇ କେବଳ
ନ ହେଲେ ଶୀଘ୍ର ଅର୍ଥକରୀ
ଆପେ ତା ଯିବ ଅପସରି

ଯାହାର ନାହିଁ ପ୍ରୟୋଜନ
ଥିବା ଓ ନ ଥିବା ସମାନ
ଭାଗ୍ୟରେ ଯାହା ଲେଖା ଅଛି
କେହି ପାରିବେନାହିଁ ପୋଛି

ସ୍ବଭାଷୀ କର୍ତବ୍ୟ ପାସୋରି
କରଂତି ପ୍ରଭୁଂକୁ ଗୁହାରି
ଏହା ସ୍ବଜାତି ପରଂପରା
ତେଣୁ ଏ ଭାଷା ବେସାହାରା

Comments are closed.