Latest Odisha News

ଭାଷା ଭାଗବତ : ଛଅଟି ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୨

୧. ଙ୍‌ + ଅଙ୍କ ଶଙ୍ଖ ଅଙ୍ଗ ସଙ୍ଘ
୨. ଞ୍‌ + ମଞ୍ଚ ପିଞ୍ଛ ମଞ୍ଜ ବାଞ୍ଝ
୩. ଣ୍‌ + କଣ୍ଟ କଣ୍ଠ ଖଣ୍ଡ ଷଣ୍ଢ
୪. ନ୍‌ + ଦାନ୍ତ କାନ୍ଥ କାନ୍ଦ କାନ୍ଧ
. ମ୍‌ + କମ୍ପ ବାମ୍ଫ ଆମ୍ବ ଦମ୍ଭ

୬. ° + ଅଂକ ଶଂଖ ଅଂଗ ସଂଘ
ମଂଚ ପିଂଛ ମଂଜ ବାଂଝ
କଂଟ କଂଠ ଖଂଡ ଷଂଢ
ଦାଂତ କାଂଥ କାଂଦ କାଂଧ
କଂପ ବାଂଫ ଆଂବ ଦଂଭ

ପାଠକେ କରଂତୁ ବିଚାର
କେଉଁ ଧାରାଟି ପରିଷ୍କାର
କେଉଁଟି ସହଜ ସରଳ
ଭାଷାକୁ ଯୋଗାଉଛି ବଳ

ମନେ ନ ଧରି ଆଉ ଦ୍ବିଧା
ଯାହାକୁ ଯେମିତି ସୁବିଧା
ମନରୁ ତଡ଼ି ସବୁ ଦ୍ବଂଦ୍ବ
ଯାହାର ଯେପରି ପସଂଦ

କରଂତୁ ବେଶି ଲେଖାଲେଖି
ସ୍ବଭାଷା ଧ୍ବଜା ଧରି ଟେକି
ହୁଅଂତୁନାହିଁ ଦୋଦୋପାଂଚ
ଆସ୍ଥା ବିଶ୍ବାସ ପୋଷି ବଂଚ

Comments are closed.