ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୪
ପରସ୍ପରକୁ କରି ପ୍ରୀତ
ହୁଏନି ସାହିତ୍ୟର ହିତ
ଭାଷା ବି ହୁଏନି ଆଦୃତ
ଏହା କି ନୁହେ ଶୁଦ୍ଧ ସତ ?
ଏ ସତ୍ୟ କଲେ ଅସ୍ବୀକାର
କେବେ ହେବନି ଉପକାର
ଜୁହାର ଆଉ ନମସ୍କାର
କାନ ଶୁଣଇ ବାରଂବାର
ସ୍ବଜନ-ତୋଷଣ ପ୍ରବୃତ୍ତି
କରଇ ବହୁବିଧ କ୍ଷତି
କେବଳ ପ୍ରଶଂସା ଭାଜନ
ହେବାଟା ଅଟେ ଅକାରଣ
ଯାହା ବାସ୍ତବ ସ୍ବାଭାବିକ
ଯାହା ଚଳିତ ସାଂପ୍ରତିକ
ତହିଁରୁ ହୋଇଲେ ବିଚ୍ୟୁତ
ହୁଏନି ସାହିତ୍ୟର ହିତ
ଯାହା ବି ସାହିତ୍ୟ-ରହିତ
ଲାଗିଲେ ତହିଁର ସହିତ
ବ୍ୟକ୍ତିକୁ ମିଳେ ଯଶ, ଖ୍ୟାତି
ବଢ଼େନି ଭାଷାର ଆଦୃତି
ଯେଉଁ ଶବ୍ଦ ଶୁଣିନି କାନ
ନ କଲେ ତହିଁର ଲିଖନ
ଦୁର୍ବୋଧ୍ୟତାର ଚିହ୍ନ ବର୍ଣ
ହୋଇବ ନିଶ୍ଚୟ ନିଶ୍ଚିହ୍ନ
Comments are closed.