Latest Odisha News

BREAKING NEWS

ଭାଷା ଭାଗବତ : ତ୍ର, ତଂତ୍ର, ଯଂତ୍ର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୫ 

ମଂତ୍ରରୁ ପରିଶୁଦ୍ଧ ଜ୍ଞାନ
ତଂତ୍ରରୁ ଜ୍ଞାନ ସଂଚାଳନ
ଯଂତ୍ରରୁ ଦକ୍ଷତା ବର୍ଧନ
ଭାଷାରେ ସବୁ ବିଦ୍ୟମାନ

ଭାଷାର ସୁପରିଚାଳନା
ସହିତ ନୂତନ ଭାବନା
ମିଶିଲେ ହୁଏ ହିତକର
ଉନ୍ନତ ହୁଏ ଏ ସଂସାର

ଧ୍ବନି ଓ ଲିପି ମାଧ୍ୟମରେ
ଭାଷା ଯେପରି କାମ କରେ
ତାହା ପୂର୍ଣତଃ ନିର୍ବିକଳ୍ପ
ଅଧିକ ହେଉ ଅବା ଅଳ୍ପ

ମଣିଷ ଭାଷାଶ୍ରୟୀ ହୋଇ
ସୁଖେ ସଂସାରେ ପାରେ ରହି
ବହୁ ସମସ୍ୟା ସମାଧାନ
ଭାଷା ହିଁ କରେ ସଂପାଦନ

ଭାଷା ହେଲେ ବିଜ୍ଞାନାଶ୍ରୟୀ
ସ୍ବଭାବେ ହୁଏ ଦୀର୍ଘସ୍ଥାୟୀ

 

Leave A Reply

Your email address will not be published.