Latest Odisha News

ଭାଷା ଭାଗବତ : ଗୋଷ୍ଠୀ କରେନି ସୃଷ୍ଟି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୯

ପାଠକ ପଢ଼ିସାରି ବହି
ଦେଲେ ତା ମଥାରେ ଛୁଆଁଇ
ସାହିତ୍ୟ ପାଇଲା ସମ୍ମାନ
ବଢ଼ିଲା ପାଠକର ଜ୍ଞାନ

ଅନ୍ୟତ୍ର ସଭା ଆୟୋଜନ
କରି ସେଠାରେ ଗୁଣୀଜନ
ମାରିଲେ ସୁଦ୍ଧା କରତାଳି
ସମ୍ମାନ ହୁଏନି ସେଭଳି

ସ୍ବଭାଷାପ୍ରୀତି ପ୍ରଦର୍ଶନ
ଯେହେତୁ ଅଟେ ମୂଲ୍ୟହୀନ
ଲେଖକ, ପାଠକ ଏକାକୀ
ଭାଷା ମହତ୍ତ୍ବ ଥାଂତି ରଖି

ଲେଖା ଓ ପଢ଼ା ଭଳି କାମ
ଏକାକୀ କରିଲେ ଉତ୍ତମ
ଏଯାଏଁ ସତେ କେଉଁ ଗୋଷ୍ଠୀ
କରିନାହିଁ ସାହିତ୍ୟ ସୃଷ୍ଟି

‘ ମଣିଷ ସାମାଜିକ ପ୍ରାଣୀ ‘
ବାରଂବାର ଏ ବାଣୀ ଶୁଣି
ବ୍ୟକ୍ତିର ଆସ୍ଥା ହେଲେ ନାଶ
ହୁଏନି ବ୍ୟକ୍ତିତ୍ୱ ବିକାଶ

ଥିଲେ ହେଁ ଗୁରୁ ଦଳ ଦଳ
ପ୍ରକୃତ ଶିଷ୍ୟ ହିଁ ବିରଳ
ହେବାରୁ ଏବେ ଏ ଦୁର୍ଦଶା
ଭୋଗୁଛି ଆମ ପ୍ରିୟ ଭାଷା

ମୌଳିକ ଚିଂତା ବିବର୍ଜିତ
ପଦ୍ଧତି ଥିଲେ ବି ବହୁତ
କିଛି ହୋଇନି ଫଳପ୍ରଦ
ଏହା ହିଁ ପ୍ରଧାନ ବିପଦ

ଯଶଲାଭର ତୁଚ୍ଛ ଇଚ୍ଛା
ଯଦି ନ ଛାଡ଼େ ଏବେ ପିଛା
ଅବସ୍ଥା ହେବ ଶୋଚନୀୟ
ଅପୂରଣୀୟ ଅବକ୍ଷୟ

 

Comments are closed.