ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଦେହ-ଯାନରେ ଥାଇ ଆତ୍ମା
କରେ ବ୍ରହ୍ମାଂଡ ପରିକ୍ରମା
କେ ନୁହେ ନିଃସଂଗ ବାଟୋଇ
ଆଲୋକ ଥିଲେ, ଦିଶେ ଛାଇ
ଘୋଟିଲେ ପୂର୍ଣ ଅଂଧକାର
ଛାଇ ହୁଏନି ଛାଏଁ ଦୂର
ଅଦେଖା ପବନ ସଦୃଶ
ଦେହ ସହିତ କରେ ବାସ
ଛାଇ ନୁହଇ ଅଣାକାର
ଏ ସତ୍ୟ କରିଲେ ସ୍ବୀକାର
କେହି ବି ନୋହୁଁ ସଂଗହୀନ
ଏମିତି ମଣିଷ ଜୀବନ
ନିଜକୁ ଏକୁଟିଆ ମଣି
କିଛି ପାରିବାନାହିଁ ଜାଣି
କେବଳ ପୋଷି ମନେ ଦ୍ବିଧା
ସହିବା ସବୁ ଅସୁବିଧା
ନିଜ ସହିତ ହୋଇ କଥା
ଭାଂଗିପାରିବା ନିରବତା
ଭାଷାର ଶକତି ପ୍ରଖର
ମୂକକୁ ଯୋଗାଏ ଅକ୍ଷର
କାନକୁ ଶୁଭେନି ଯାହାର
ସେ ମଧ୍ୟ ବୁଝେ ଭାଷା-ଠାର
ମଣିଷ ଭାଷାଶ୍ରୟୀ ଜୀବ
କିପରି ନିଃସଂଗ ହୋଇବ ?
Comments are closed.