ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଦୁଷ୍ପାଚ୍ୟ ବ୍ୟଂଜନ ଭୋଜନ
କରିଲେ ଉଦର କଷଣ
ତୀବ୍ର ଅସହ୍ୟ ହୁଏ, ଜଣା
ଅଛି, ତେଣୁ କରିବା ମନା
ତେଲ, ମସଲା ଦିଆ ଖାଦ୍ୟ
ଲାଗିଲେ ପାଟିକୁ ସୁଆଦ
ପେଟରେ ହୁଏ ଯେଉଁ କଷ୍ଟ
ତାହା ତ ଜଣାପଡ଼େ ସ୍ପଷ୍ଟ
ଖାଦ୍ୟ ଦେଖିଲେ କେତେ ଲୋକ
ସଂଭାଳି ପାରଂତିନି ଭୋକ
ଶବ୍ଦସଂଧାନୀ ହେଲେ କବି
ପାରଂତିନାହିଁ ବେଶି ଭାବି
ପୁନର୍ଲିଖନକାରୀ ଜଣେ
ନିଜ କାର୍ଯକୁ ଶ୍ରେଷ୍ଠ ମଣେ
ସମୂହଠାରୁ ଦୂରେ ରହି
ବହି ପଢ଼ି ସେ ଲେଖେ ବହି
ସୀମିତ ସଂଖ୍ୟକ ସ୍ତାବକ
ହେଲେ ବି ତା’ର ପ୍ରଶଂସକ
ଭାଷାର ଅନ୍ୟ ବହୁ ଲୋକ
ପାଆଂତିନାହିଁ ଜ୍ଞାନାଲୋକ
ନିଜ ପାଂଡିତ୍ୟ ନିଜେ ଧରି
ସେ ଯାହା ଯାଉଥାଏ କରି
ତହିଁର ଅଗ ଆଉ ମୂଳ
ସେ ଏକା ବୁଝଇ କେବଳ
ସରଳ ହେବା ହିଁ କଠିନ
ଏ ସତ୍ୟ ବୁଝି, କଲେ ଯତ୍ନ
ଯେ କେହି କରି ଖୁବ୍ ଚେଷ୍ଟା
ବଂଚାଇରଖେ ଭାଷା-ନିଷ୍ଠା
ଭାବ ଭାଷାର ସମନ୍ବୟୀ
ସାହିତ୍ଯ ହୁଏ କାଳଜୟୀ
Comments are closed.