ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆସ୍ଥା, ସମ୍ମାନ, ଆନୁଗତ୍ୟ
ନୁହଇ ଦୀର୍ଘସ୍ଥାୟୀ ସତ୍ୟ
ବଦଳୁଥାଏ ଘନଘନ
ଏପରି ସଂସାରୀ ଜୀବନ
ବାଛିବା ପାଇଁ ବହୁ କିଛି
ସଂସାରେ ପୂରି ରହିଅଛି
ଯାହାର ଯେଉଁଭଳି ମନ
ସେ କରେ ସେପରି ଚୟନ
ବିକଳ୍ପଭରା ଏହି ବିଶ୍ବ
ହେଲେ ହେଁ ବ୍ୟକ୍ତିର ନିଜସ୍ୱ
ଧାରଣା, ବିଶ୍ବାସ ଓ ଜ୍ଞାନ
ହୁଏନି ସବୁଠି ସମାନ
ପାରସ୍ପରିକ ବୁଝାମଣା
ସହିତ ବହୁ କଟକଣା
ମାନି ଯେ ପାରେ ଏଠି ଚଳି
ହୁଏନି କେବେ ନିଜ ଭଳି
ଭାଷା, ଧର୍ମ, ସଂସ୍କୃତି ଆଳ
ଧରି ମଣିଷ କଲବଲ
ହେଲେ ବି ନାହିଁ ପ୍ରତିକାର
ଏମିତି ହେଲାଣି ସଂସାର
କରି ବ୍ୟକ୍ତିତ୍ବ ବିସର୍ଜନ
ଯେ ଏଠି ବିତାଏ ଜୀବନ
ସୁଅରେ ଯାଉଥାଏ ଭାସି
ବିଲୀନ ହୋଇ ପାଏ ଖୁସି
Comments are closed.