ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସୁଅ ସହିତ ଯାଇ ଭାସି
ଯେ ହୋଇଥାଏ ଖୁବ୍ ଖୁସି
ସେ ନୁହେ ଦକ୍ଷ ପହଁରାଳି
ହୋଇପାରେନି ନିଜ ଭଳି
ଏପରି ଲୋକ ଗଲେ ବୁଡ଼ି
ନ ପାରେ କୂଳକୁ ବାହୁଡ଼ି
ଶବକୁ ଭସାଏ ପ୍ରବାହ
ହୋଇ ନ ପାରେ ଶବଦାହ
ସଂସାରେ ଦେହ ମନ ଧରି
ଯେ କିଛି ପାରେନାହିଁ କରି
କେବଳ ଜୈବିକ ଜୀବନ
ଜିଇଁ ହୁଏ ସେ ଅଂତର୍ଧାନ
ଚିହ୍ନି ନିଜର ଅନନ୍ୟତା
ଯେ କରିଜାଣେ ନିଜେ ଚିଂତା
ତାହାର ଚିଂତା ହୁଏ କାମ
ମିଳେ ଉତ୍ତମ ପରିଣାମ
ତାହାର କଲା କାମମାନ
କରଂତି ବହୁ ସମାଧାନ
ସାର୍ଥକ ମନୁଷ୍ଯ ଜୀବନ
ହୁଏନି କେବେ ମ୍ରିୟମାଣ
ସ୍ବଚିଂତା ସ୍ବଭାଷାରେ ଲେଖି
ଶିଖାଇପାରେ ନିଜେ ଶିଖି
ପ୍ରକୃତ ଭାଷା ଶୁଣି, ଦେଖି
ହୁଏ ସେ ପ୍ରବାହର ସାକ୍ଷୀ
Comments are closed.