Latest Odisha News

BREAKING NEWS

ଭାଷା ଭାଗବତ : ବାଧ୍ୟକାରୀ ନୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବାଧ୍ୟକାରୀ ଅବୋଧ୍ୟ ନୀତି
ପାଳନକାରୀ ଜ୍ଞାନୀ ବ୍ୟକ୍ତି
ସହଜେ ବୁଝି ନ ପାରଂତି
ହେଲେ ହେଁ ସ୍ବଭାଷାର କ୍ଷତି

ଧରି ଅଚଳ ଯେତେ ଧାରା
କହଂତି ତାକୁ ପରଂପରା
ପ୍ରତ୍ୟାଖ୍ୟାତ ହେବାକୁ ଡରି
ହୁଅଂତି ଭାବନା ସଂହାରୀ

ଚଳିତ କାଳରୁ ବିଚ୍ଛିନ୍ନ
ହୋଇ ଯେ ବିତାଏ ଜୀବନ
ଅତୀତ ସହ ହୋଇ ଯୋଡ଼ି
ବର୍ତମାନକୁ ଦିଏ ଛାଡ଼ି

ସ୍ମୃତିନିର୍ଭର ଜ୍ଞାନୀ ଜନ
ନ ହେଲେ କଳ୍ପନାପ୍ରବଣ
ନ କରିପାରି ଉଦ୍‌ଭାବନ
କରଂତି ପୂର୍ବକୀର୍ତି ଗାନ

ସବୁ ତ ଗଲାଣି ବଦଳି
ଭାଷା ରହିଲେ ପୂର୍ବ ଭଳି
ଆଉ ଅଧିକ କାଳ ଚଳି
ତିଷ୍ଠିବ ସତରେ କିଭଳି ?

Comments are closed.