ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କରିଲେ ସ୍ମୃତି ରୋମଂଥନ
ଫେରିଆସେନି ଗତଦିନ
ତା ଦ୍ବାରା ହୋଇଲେ ଆଚ୍ଛନ୍ନ
ମଳିନ ଦିଶେ ‘ ବର୍ତମାନ ‘
‘ ବର୍ତମାନ ‘ ସହିତ ଲାଖି
ପାରିବା ବହୁ କଥା ଶିଖି
ଚର୍ଚା କରିଲେ ଇତିବୃତ୍ତ
ଗଢ଼ିହୁଏନି ଭବିଷ୍ଯତ
ଯେଉଁ କାଳରେ ଥାଉଁ ଜିଇଁ
ମନେ ତାହାର ଚିଂତା ନାହିଁ
ଏଡ଼ାଇ ଚାଲୁଁ ବାସ୍ତବତା
ତେଣୁ ତ ଏହି ଦୁରବସ୍ଥା
ଗଢ଼ିଲେ ଏକ କଳ୍ପଲୋକ
ଉଭେଇ ଯାଏନାହିଁ ଶୋକ
ତେବେ ବି ଅତୀତ ଆସକ୍ତି
ଥିବାରୁ ଘଟୁନି ଉନ୍ନତି
ଯାହା ଶୁଣିଲେ ଆମ କାନ
ଅଯଥା ହୁଅଇ ପ୍ରସନ୍ନ
ତାହା କହିଲେ ବାରଂବାର
ହୁଏନି କାହା ଉପକାର
Comments are closed.