ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅତି ଅତୀତାଶ୍ରୟୀ ହୋଇ
ସ୍ବଭାଷା ବଢ଼ି ପାରୁନାହିଁ
ଛିଂଡାଇ ପାରୁନି ବଂଧନ
କରୁଛି ଅରଣ୍ୟେ ରୋଦନ
ସ୍ବଭାଷୀ କଥା ଶୁଣି କହି
ଥାଆଂତି ସୁଖେ ଦୁଃଖେ ରହି
ପଠନ ଲିଖନ ଆଗ୍ରହୀ
ହେବାକୁ ମନ ବଳେନାହିଁ
ଗର୍ବ କରଂତି ଯାହା ପାଇଁ
ତାଂକୁ ସୁଦ୍ଧା ପଢ଼ଂତିନାହିଁ
କବିଂକ ନାମରେ ଜୟଂତୀ
ଉତ୍ସବ ପାଳନ କରଂତି
କବିକୁଳର ଗ୍ରଂଥାବଳି
ସବୁଠି ବୋଳିହୋଇ ଧୂଳି
କରଂତି ସତୃଷ୍ଣ ପ୍ରତୀକ୍ଷା
କାଳେ ପାଠକ ଦେବେ ଦେଖା
କେବଳ ପରୀକ୍ଷାର୍ଥୀଗଣ
କରଂତି ପଠନ ଲିଖନ
ତାହା ବି ବାଧ୍ୟତାମୂଳକ
ଏହା ହିଁ ପ୍ରୟୋଜନ ତାଂକ
କେତେଟା ଆଦର୍ଶ ଉତ୍ତର
ମୁଖସ୍ଥ ହୋଇଛି ଯାହାର
ସେ ହିଁ ବୋଲାଏ ଭଲ ଛାତ୍ର
ଏହା ହିଁ ଲକ୍ଷ୍ୟ ଏକମାତ୍ର
ଯାହାକୁ ମିଳିଲା ଚାକିରି
ସ୍ବଭାଷା ଦେଲା ସେ ପାସୋରି
କାର୍ଯାଳୟ କି ପଣ୍ୟାଗାର
କେଉଁଠି ନାହିଁ ବ୍ୟବହାର
ନିଜ ଘର ଓ ପରିବାର
ମଧ୍ଯରେ ଭାଷାର ଆଦର
କ୍ରମଶଃ ହେଉଅଛି କମ୍
ଭାଷାରେ ନାହିଁ ବେଶି ଦମ୍
Comments are closed.