ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ବର୍ଣଗଠିତ ଶବ୍ଦରାଜି
ଥିଲେ ହେଁ ଭାଷାରେ ବିରାଜି
କେବଳ ବର୍ଣମାଳା ଶିଖି
ହୁଏନି ବେଶି କିଛି ଲେଖି
ଜଣା ଶବ୍ଦର ବ୍ୟବହାର
କରିବା ପାଇଁ ଇଚ୍ଛା ଯା’ର
ସେ ପାରେ ବାକ୍ୟାବଳି ଲେଖି
ସ୍ବାନୁଭୂତିରୁ ଆପେ ଶିଖି
ବାପାଂକୁ କହେନାହିଁ ପିତା
ମାଆଂକୁ ଡାକେନାହିଁ ମାତା
ତାହାର ଭାଷାରେ ଦକ୍ଷତା
ଯୋଗାଏ ତାହାକୁ କ୍ଷମତା
ଅଜଣା ଶବ୍ଦ କିଛି ଲେଖି
ଦେଖାଇ ଜାଣେନି ଚାଲାକି
ତେବେ ବି ତା’ର ବାକ୍ୟମାନ
ଭାବ ଓ ଅର୍ଥ ପରିପୂର୍ଣ
କେବଳ ବର୍ଣମାଳା ଘୋଷି
ପୂରା ଶୈଶବ ଦେଉଁ ନାଶି
ସ୍ବଭାଷା ପାରୁନି ବିକଶି
ଜାଣି କି କେହି ହେଉଁ ଖୁସି ?
ଚକ ଛକ ଓ ପଂକ ବକ
କକ୍ଷ ଦକ୍ଷ ଓ ବକ୍ଷ ଲକ୍ଷ
ସୁଖ ଦୁଃଖ ଓ ମୁଖ ଲେଖ
ଲେଖିଲେ ହେବାନି ବିମୁଖ
କାଠ କଂଠ ଓ ପାଠ ପୀଠ
ଖଟ ଘାଟ ଓ ପେଟ ବାଟ
କାଚ ମଂଚ ଓ ନାଚ ଖର୍ଚ
ମିଛ ବାଛ ଓ ମୁଛ ପୋଛ
ଠଚଛଟଖ ବର୍ଣମାନ
କରିଲେ କ୍ରମଶଃ ଲିଖନ
ବୁଝିପାରିବ ଶିଶୁ ମନ
ଠ ସବୁଠାରେ ବିଦ୍ୟମାନ
ସହଜସାଧ୍ୟ ବୋଧଗମ୍ୟ
ହେବା ନିମଂତେ ପରିଶ୍ରମ
ଅଲୋଡ଼ା ଆଉ ଅବାଂଛିତ
ଏବେ ତ ନୁହେ ଅଜାଣତ
ଜଟିଳତାର ସଂରକ୍ଷଣ
ନୁହଇ କେବେ ସମୀଚୀନ
ଏହା ତ ନ୍ୟୂନତମ ଜ୍ଞାନ
ପ୍ରସାର ଆଡ଼େ ନେଉଁ ମନ
Comments are closed.