Latest Odisha News

BREAKING NEWS

ଭାଷା ଭାଗବତ : ଉପାୟ ଥିଲେ ସୁଦ୍ଧା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଉପାୟ ଥିଲେ ସୁଦ୍ଧା ଜଣା
ପାଳିବା ପାଇଁ କରି ମନା
ହୋଇଲେ ଅଭ୍ୟାସର ଦାସ
ଆପେ ତ ଘଟେନି ବିକାଶ

ପୂର୍ଣ ଓ ପୂର୍ଣ୍ଣ ସମାର୍ଥକ
ହେଲେ ହେଁ ‘ପୂର୍ଣ୍ଣ’ ସମର୍ଥକ
ଲେଖଂତିନାହିଁ ଯଦି ‘ପୂର୍ଣ’
ଆପେ ଘଟେନି ଉନ୍ନୟନ

ଲିପିକୁ କରିଲେ ସରଳ
ଭାଷାକୁ ମିଳିଥାଏ ବଳ
ବାହୁଲ୍ୟ ନୁହେ ସମୀଚୀନ
ବୁଝିପାରୁନି ଲୋକମନ

ବାପାଂକ ପରି ନୁହେ ପୁଅ
ଏଥିରେ ନାହିଁ ତ ସଂଦେହ
ତଥାପି ପୁରୁଣା ଅଭ୍ୟାସ
ଲୋକଂକୁ କରିଅଛି ଗ୍ରାସ

ସଂପୂର୍ଣ, ସମ୍ପୂର୍ଣ୍ଣ ସମାନ
କେଉଁଟି ଦିଶେ ପରିଚ୍ଛନ୍ନ
ଦେଖୁଛି ଲୋକଂକ ନୟନ
ସ୍ବୀକାର କରୁନାହିଁ ମନ

ପ୍ରଥା ବର୍ଜନ ପାଇଁ ଭୟ
କରୁଛି ଯାହାକୁ ଅଥୟ
ସେ ରହେ ପ୍ରଥାକୁ ଜାବୁଡ଼ି
ଆଗକୁ ପାରେନାହିଁ ବଢ଼ି

ସାହିତ୍ୟ ପରିଧି ସଂକୀର୍ଣ
ହେବାରୁ ବିସ୍ତାର, ବର୍ଧନ
ଆଡ଼କୁ ଲୋଡ଼ା ଏବେ ଚେଷ୍ଟା
ସହିତ ଦ୍ବିଧାହୀନ ନିଷ୍ଠା

ସମସ୍ୟା ହୁଏ ଆଲୋଚିତ
କିଛି ବି ନୁହେ ସର୍ବମତ
ଯାହାର ଯେଉଁପରି ଚିତ୍ତ
ହୁଏ ଶାଂତ ବା ବିଚଳିତ

ଲିଖିତ ଭାଷାର ସଂସ୍କାର
ଏବେ ହିଁ ବେଶି ଦରକାର
ହେଲେ ବହୁଳ ବ୍ୟବହାର
ସର୍ବେ ପାଆଂତେ ଉପକାର

Comments are closed.