ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଯାହାର ଯେଉଁପରି ରୁଚି
ସେ ଯଦି ତାହା ହିଁ କରୁଛି
ଅପୂର୍ବ ବହିର ସଂସାର
ବିନଷ୍ଟ ହେବ ଅତି ଶୀଘ୍ର
ବହି ବ୍ୟତୀତ ସବୁ କଥା
ସୃଷ୍ଟି କରିବ ମଥାବ୍ୟଥା
ଆତ୍ମପ୍ରଚାର ପରାୟଣ
ଲୋକେ କରିବେ ହଇରାଣ
ମଲାଟ ଚିତ୍ର ଦେଲେ ଦେଖା
ସମୀକ୍ଷା ନ ହୋଇଲେ ଲେଖା
ଦିଶିବ ତୁଚ୍ଛ ମତାମତ
ପାଠକେ ହୋଇବେ ଆହତ
ସଭିଏଁ ହେଲେ ସଚେତନ
ବଢ଼ିବ ସ୍ବଭାଷାର ମାନ
ଏହି ବିଷୟ ପ୍ରତି ଧ୍ୟାନ
ଦେବେ କି ସାଧାରଣ ଜନ ?
ବର୍ଧନଶୀଳ ଆମ ଭାଷା
କରୁଛି ଲୋକଂକୁ ଭରସା
ପୂରଣ ନ ହୋଇଲେ ଆଶା
ବଢ଼ିବ ଭାଷାର ଦୁର୍ଦଶା
ଅଧିକ ଲୋକ ହେଲେ ମେଳ
ହୁଏ କେବଳ ଗଂଡଗୋଳ
ଏହା ତ ଆମର ପ୍ରକୃତି
ତେଣୁ ସ୍ଥଗିତ ଅଗ୍ରଗତି
ବଦଳିଗଲେ ଏ ସ୍ବଭାବ
ଘୁଂଚିବ ସକଳ ଅଭାବ
ଏ ସତ୍ୟ କରି ଅନୁଭବ
ଜଣାଉଁ ଶୁଦ୍ଧ ମନୋଭାବ
କରିଲେ ଶୃଂଖଳା ସ୍ଥାପନ
ଘଟିବ ଭାଷାର ଉତ୍ଥାନ
ଆମେ ଆଳସ୍ୟପରାୟଣ
ହୋଇଛୁଁ ମିଛେ ଅକାରଣ
ବହି ଥିଲେ ବି ପଢ଼ୁନାହୁଁ
ସମୟ ସରେ ଚାହୁଁ ଚାହୁଁ
ଭାଷା ଭୂଇଁରେ ଥାଉଁ ରହି
କେବଳ ଦେଖି, ଶୁଣି, କହି
କ୍ଷଣିକ ଏବେ ଅତି ପ୍ରିୟ
ସ୍ଥାୟୀ ପ୍ରତି ମନରେ ଭୟ
ରହିଛି ଲୋକଂକ ମନରେ
କାଳ ବିତୁଛି ଦୁର୍ଦିନରେ
Comments are closed.