ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଲିଖିତ ପାଠ ସଂପାଦନ
ପୂର୍ବରୁ କରିଲେ ମୁଦ୍ରଣ
ତହିଁର ବହୁବିଧ ତ୍ରୁଟି
ପୃଷ୍ଠାରେ ଦିଶଇ ଉକୁଟି
ତ୍ରୁଟି-ପୂରିତ ଛାପା ପାଠ
ପହଂଚେ ପାଠକ ନିକଟ
ଏପରି ତ୍ରୁଟିର ପ୍ରସାର
ଭାଷା ପାଇଁ ଅହିତକର
କରିଲେ ଆତ୍ମସଂଶୋଧନ
ବ୍ୟକ୍ତିର କଥନ, ଲିଖନ
ହୁଏନି ଯେଣୁ ତ୍ରୁଟିପୂର୍ଣ
ସଂଭବ ବିକାଶ, ବର୍ଧନ
ଏବେ ତ ଆମର ଭାଷାରେ
ଯେ ଯାହା ଇଚ୍ଛା କରିପାରେ
ନାହିଁ କୌଣସି ବିଧି, ରୀତି
ଭାଷାକୁ ପଡ଼ିଛି ବିପତ୍ତି
ମୁଦ୍ରଣ ନିମଂତେ ବ୍ୟାକୁଳ
ହୋଇଲେ ସ୍ବଭାଷୀ ସକଳ
ଅନ୍ଯ କେଉଁଠୁ ଆସି କେହି
କିଛି କରିପାରିବନାହିଁ
ନାହାଂତି ପାଠ-ସଂପାଦକ
ତେଣୁ ତ ପ୍ରତ୍ୟେକ ଲେଖକ
ହୋଇଯାଆଂତି ସ୍ବେଚ୍ଛାଚାରୀ
ନିରଂକୁଶ ଅହିତକାରୀ
ଏପରି ଗଦା ଗଦା ବହି
କେବଳ ଦ୍ରବ୍ୟ ରୂପେ ରହି
ପାଠକ ବାଟ ଚାହିଁ ଚାହିଁ
ଆପେ ଯାଆଂତି ନଷ୍ଟ ହୋଇ
ଏହି ପ୍ରକ୍ରିୟା ଆତ୍ମନାଶୀ
ହେଲେ ହେଁ ଜଣେ ବି ସାହସୀ
ନୁହଂତି ଏଠି କ୍ରିୟାଶୀଳ
ସ୍ବଭାଷା ହେଉଛି ଦୁର୍ବଳ
Comments are closed.